ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ରଥ

ପୁରୀ(ଓଡ଼ିଶା ରିପୋର୍ଟର): ଲଗାତାର ଦ୍ୱିତୀୟ ବର୍ଷ ପାଇଁ କରୋନା କଟକଣା ମଧ୍ୟରେ ବଡ଼ଦାଣ୍ଡରେ ଗଡ଼ିଲା ରଥ। କୋଭିଡ଼ କଟକଣା ଯୋଗୁ ଦିବ୍ୟ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ  । ବିନା ଭକ୍ତରେ ସେବାୟତ ଟାଣୁଛନ୍ତି ରଥ। ପ୍ରଥମେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ।  ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଗଡ଼ିଲା ରଥ। ଏହାପରେ ଦର୍ପଦଳନରେ ଚାଲିଛନ୍ତି ଭଉଣୀ ସୁଭଦ୍ରା। ସବା ଶେଷରେ ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ।  ଭାଇଭଉଣୀଙ୍କୁ ସାଙ୍ଗରେ ଧରି ବାହାରିଛନ୍ତି ଶ୍ରୀଜଗନ୍ନାଥ । […]

puri

Niharika Rout
  • Published: Monday, 12 July 2021
  • , Updated: 12 July 2021, 02:59 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଲଗାତାର ଦ୍ୱିତୀୟ ବର୍ଷ ପାଇଁ କରୋନା କଟକଣା ମଧ୍ୟରେ ବଡ଼ଦାଣ୍ଡରେ ଗଡ଼ିଲା ରଥ। କୋଭିଡ଼ କଟକଣା ଯୋଗୁ ଦିବ୍ୟ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ  । ବିନା ଭକ୍ତରେ ସେବାୟତ ଟାଣୁଛନ୍ତି ରଥ। ପ୍ରଥମେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ।  ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଗଡ଼ିଲା ରଥ।

ଏହାପରେ ଦର୍ପଦଳନରେ ଚାଲିଛନ୍ତି ଭଉଣୀ ସୁଭଦ୍ରା। ସବା ଶେଷରେ ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ।  ଭାଇଭଉଣୀଙ୍କୁ ସାଙ୍ଗରେ ଧରି ବାହାରିଛନ୍ତି ଶ୍ରୀଜଗନ୍ନାଥ । ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିଛନ୍ତି ତିନି ଠାକୁର ।

ସୂଚନାଯୋଗ୍ୟ, ରଥ ଗଡ଼ିବା ପୂର୍ବରୁ ପ୍ରଥମେ ସ୍ୱାମୀ ନିଶ୍ଚଳାନନ୍ଦ ନିଜ ଅନୁଗାମୀଙ୍କ ସହ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ଗଜପତି ମହାରାଜା ପହଞ୍ଚି ୩ ରଥରେ ଛେରା ପହଁରା କରିଥିଲେ। ଏହାପରେ ୩ ରଥରେ ସାରଥୀ ଓ ଘୋଡ଼ାଯଚା କାମ ସମ୍ପନ କରାଯାଇ ଆରମ୍ଭ ହେଲା ରଥ ଟଣା।

ସୂଚନାଯୋଗ୍ୟ, ରତ୍ନ ସିଂହାସନ ଛାଡ଼ି ଭାଇଭଉଣୀଙ୍କ ସହ ଆଜି ଜନ୍ମବେଦୀ ଅଭିମୁଖେ ବାହାରିଛନ୍ତି କାଳିଆ ସାଆନ୍ତ । ଆଜି ସବୁ ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ ହୋଇ ସାରିଲାଣି ରଥ ଟଣା।

Related story