Advertisment

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଏ ବର୍ଷ ରଥଯାତ୍ରା ‍ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ରଥ। ଏ ବର୍ଷ ପୁରୀ ରଥଯାତ୍ରାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ରଥଯାତ୍ରା ହେବା ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଆଜି ସୁପ୍ରିମକୋର୍ଟରେ ଏହା ଉପରେ ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଲୋକଙ୍କ ସୁରକ୍ଷା ଓ […]

ଅଦ୍ୟତନ ହୋଇଛି
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଏ ବର୍ଷ ରଥଯାତ୍ରା ‍ବନ୍ଦ

ଏ ବର୍ଷ ରଥଯାତ୍ରା ‍ବନ୍ଦ

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ରଥ। ଏ ବର୍ଷ ପୁରୀ ରଥଯାତ୍ରାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ରଥଯାତ୍ରା ହେବା ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଆଜି ସୁପ୍ରିମକୋର୍ଟରେ ଏହା ଉପରେ ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

Advertisment

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଲୋକଙ୍କ ସୁରକ୍ଷା ଓ ସାଧାରଣ ସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ ହୋଇଥିବା ସେ କହିଛନ୍ତି। ଏଥିସହ ଯଦି ସୁପ୍ରିମକୋର୍ଟ ରଥଯାତ୍ରାକୁ ଅନୁମତି ଦେବେ, ତା’ହେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା ଦେବେନାହିଁ ବୋଲି ଜଷ୍ଟିସ ବୋବଡେ କହିଛନ୍ତି। କେବଳ ପୁରୀ ନୁହେଁ, ଚଳିତ ବର୍ଷ ଓଡ଼ିଶାର କୌଣସି ବି ସ୍ଥାନରେ ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପୁରୀରେ ବି ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ଏଭଳି ସ୍ଥିତିରେ ରଥଯାତ୍ରା ହେଲେ ସାମାଜିକ ଦୂରତା ନିୟମ ଭଙ୍ଗ ହେବା ସହ କରୋନା ସଂକ୍ରମଣ ଆହୁରି ବେକାବୁ ହେବାର ଆଶଙ୍କା ରହିଛି। ତେଣୁ ସୁପ୍ରିମକୋର୍ଟ ଏସବୁ କଥାକୁ ବିଚାରକୁ ନେଇ ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ କରିବାକୁ କହିଛନ୍ତି।

Advertisment

ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ “ସୁପ୍ରିମକୋର୍ଟ ପୁରୀ ମନ୍ଦିରରେ କିଛି ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଅନ୍ତୁ। ବିନା ଶ୍ରଦ୍ଧାଳୁରେ ବିଭିନ୍ନ ନୀତିକାନ୍ତି କରାଯାଇପାରିବ।”

ଓଡ଼ିଶା ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ନିଜର ପକ୍ଷ ରଖି କହିଥିଲେ ଯେ “ଯେତେବେଳେ ବି ପର୍ବପର୍ବାଣୀ ହେବ। ଲୋକମାନେ ନିଶ୍ଚିତ ଭାବେ ଏକାଠି ହେବେ।  ଏହାକୁ ଅଟକାଇବା ସମ୍ଭବ ନୁହେଁ । ” ଜଷ୍ଟିସ ବୋବଡେ ଆଇନଜୀବୀ ସାଲଭେଙ୍କ କଥା ଏକମତ ହୋଇ କହିଥିଲେ ଯେ, ଆମେ ପୂର୍ବରୁ ମଧ୍ୟ ଦେଖୁଛି ଯେ ଯେତେବେଳେ ବି କୌଣସି କାର୍ଯ୍ୟକ୍ରମକୁ ଅନୁମତି ମିଳୁଛି, ଲୋକମାନେ ପ୍ରବଳ ଭିଡ଼ କରୁଛନ୍ତି। ତେଣୁ କରୋନା ମହାମାରୀ ମଧ୍ୟରେ ପୁରୀ ରଥଯାତ୍ରାକୁ ଆମେ ଅନୁମତି ଦେଇପାରିବୁ ନାହିଁ। ବୃହତର ସ୍ୱାର୍ଥ ଓ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କୋର୍ଟ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଉଛନ୍ତି।

ଚଳିତ ବର୍ଷ ରଥ ଯାତ୍ରା ବନ୍ଦ କରିବା ପାଇଁ ଓଡ଼ିଶା ବିକାଶ ପରିଷଦ ସୁପ୍ରିମକୋର୍ଟରେ ପିଟିସନ ଫାଇଲ କରିଥିଲା। ପରିଷଦ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ମାମଲା ପରିଚାଳନା କରୁଥିଲେ।

ସୂଚନାଯୋଗ୍ୟ, ଆସନ୍ତା ୨୩ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ଅନୁଷ୍ଠିତ ହେବାର ଥିଲା। ଏଥିପାଇଁ ସବୁ ପ୍ରକାରର ପରମ୍ପରା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଏପରିକି ମହାପ୍ରଭୁଙ୍କ ରଥ ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା।

Rath Yatra Rath Yatra 2020
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe