Advertisment

Rathyatra 2026 ମାଷ୍ଟରପ୍ଲାନ୍ ପ୍ରସ୍ତୁତ: ରଥଯାତ୍ରା ପାଇଁ ପ୍ରଶାସନିକ ତତ୍ପରତା, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ନିରାପତ୍ତାକୁ ପ୍ରାଥମିକତା

ଚଳିତବର୍ଷ ରଥଯାତ୍ରା(ଶ୍ରୀଗୁଣ୍ଡିଚା) ଜୁଲାଇ ୧୬ତାରିଖରେ ଓ ବାହୁଡ଼ା ଯାତ୍ରା ଜୁଲାଇ ୨୪ରେ, ସୁନାବେଶ ଜୁଲାଇ ୨୫ ଓ ନିଳାଦ୍ରୀ ବିଜେ ଜୁଲାଇ ୨୭ରେ ଅନୁଷ୍ଠିତ ହେବ। ପୂର୍ବବର୍ଷର ଅନୁଭୂତିକୁ ଆଧାର କରି ଉଭୟ ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ପାଇଁ ଦୁଇଟି ପୃଥକ ଚାରମାଳ ବ୍ୟବସ୍ଥା କରାଯିବ।

Ratha-yatra.....
Advertisment

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଅଧିକ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଗତବର୍ଷ ରଥଯାତ୍ରାରେ ଅବ୍ୟବସ୍ଥାକୁ ନେଇ ସରକାର ସମାଲୋଚନା ହେବାପରେ ଚଳିତବର୍ଷ ରଥଯାତ୍ରା ନିମନ୍ତେ ସ୍ୱତନ୍ତ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଛି। ଆଜି ଲୋକସେବା ଭବନରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସ୍ତୁତିର ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

Advertisment

ଏହି ବୈଠକରେ ଜାନୁୟାରୀ ୧୩ତାରିଖରେ ଅନୁଷ୍ଠିତ ପ୍ରଥମ ସମନ୍ୱୟ କମିଟି ବୈଠକର ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟକାରିତାର ସମୀକ୍ଷା ହୋଇଥିଲା। ଚଳିତବର୍ଷ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ଥିବାବେଳେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।


ରଥଯାତ୍ରା ପାଇଁ ମାଷ୍ଟରପ୍ଲାନ୍ ଓ ନୀତି ନିର୍ଘଣ୍ଟ

ସୂଚନା ଅନୁସାରେ, ଆଜିର ବୈଠକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା( Lord Jagannath Rath Yatra)କୁ ଶୃଙ୍ଖଳିତ କରିବା ପାଇଁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ପୁଲିସ ଏସପି ପ୍ରତୀକ ସିଂ ରଥଯାତ୍ରା ମାଷ୍ଟରପ୍ଲାନ-୨୦୨୬କୁ ଉପସ୍ଥାପନ କରିଥିଲେ।ଚଳିତବର୍ଷ ରଥଯାତ୍ରା (ଶ୍ରୀଗୁଣ୍ଡିଚା) ଜୁଲାଇ ୧୬ତାରିଖରେ ଓ ବାହୁଡ଼ା ଯାତ୍ରା ଜୁଲାଇ ୨୪ରେ, ସୁନାବେଶ ଜୁଲାଇ ୨୫ ଓ ନିଳାଦ୍ରୀ ବିଜେ ଜୁଲାଇ ୨୭ରେ ଅନୁଷ୍ଠିତ ହେବ। ପୂର୍ବବର୍ଷର ଅନୁଭୂତିକୁ ଆଧାର କରି ଉଭୟ ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ପାଇଁ ଦୁଇଟି ପୃଥକ ଚାରମାଳ ବ୍ୟବସ୍ଥା କରାଯିବ। ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକରେ ସୂଚନା ଦେଇଥିଲେ। 

Advertisment


ଟ୍ରାଫିକ ନିୟନ୍ତ୍ରଣ ଓ ଅତ୍ୟାଧୁନିକ ନିରୀକ୍ଷଣ ବ୍ୟବସ୍ଥା

ରଥଯାତ୍ରାକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ଓ ଭିଡ଼ ପରିଚାଳନା ପାଇଁ ଉତ୍ତରା ଛକଠାରୁ ପୁରୀ ସହର ପର୍ଯ୍ୟନ୍ତ  ଓ ବଡ଼ଦାଣ୍ଡରେ ଯଥେଷ୍ଟ ପରିମାଣର ସିସିଟିଭି କ୍ୟାମେରା ଲଗାଯିବ। ଏହି କାର୍ଯ୍ୟରେ ‘ଓକାକ୍‌’ ସହାୟତା କରୁଛି। ଶ୍ରୀଜୀଉଙ୍କ ପହଣ୍ଡି ଓ ରଥଯାତ୍ରାର ଧାରାବିବରଣୀ ସମ୍ପର୍କରେ ଶ୍ରଦ୍ଧାଳୁଙ୍କୁ ସୂଚନା ଦେବା ପାଇଁ ଆଇଆଣ୍ଡପିଆର ବିଭାଗ ପକ୍ଷରୁ ୭୦ଟି ସ୍ଥାନରେ ବଡ଼ବଡ଼ ଏଲଇଡି ଟିଭି ଲଗାଯିବାର ବ୍ୟବସ୍ଥା ହୋଇଛି। ଭକ୍ତଙ୍କ ସୁବିଧା ପାଇଁ ବଡ଼ଦାଣ୍ଡରେ ୫୦ଟି ହାଇମାଷ୍ଟ ଲାଇଟ୍ ଲଗାଯିବ। ଭିଡ଼ ନିୟନ୍ତ୍ରଣ ଓ ଜନଗହଳି ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପାର୍କିଂ ସ୍ଥଳ ନିର୍ମାଣ କରାଯିବ ବୋଲି ବୈଠକରୁ ଜଣାପଡ଼ିଛି।

ସେହିପରି ରଥଯାତ୍ରା ପୂର୍ବରୁ ସମସ୍ତ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ବର୍ଷ ସମୟରେ ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ନଗର ଉନ୍ନୟନ ଓ ଅଗ୍ନିଶମ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ କୁହାଯାଇଛି।

ରେଳବାଇ ପକ୍ଷରୁ ଷ୍ଟେସନରେ ଅଧିକ ଟିକେଟ କାଉଣ୍ଟର ଓ ଅନଲାଇନ୍ ଟିକେଟ୍ ସୁବିଧା ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟସେବା, ପରିମଳ ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ଏକ ଅସ୍ଥାୟୀ ସମନ୍ୱିତ କମାଣ୍ଡ ସେଂଟର ସ୍ଥାପନ କରାଯିବ। ଆଜିର ବୈଠକରେ ପୁଲିସ ଡିଜିଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଚାରମାଳ ଆସିବା ଯୋଗୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ପରିସ୍ଥିତି ଘଟି ୩ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।

Lord Jagannath Rath Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe