aadhaar-database-identification-through-registration-process-scanning_1833c224-75c8-11e8-ad22-53d0ea2909b4
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶରେ କେହି ଭୋକିଲା ରହିବେ ନାହିଁ। ସେଥିପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍। ଏଥିରେ ବାହାରିଛି ଦୁର୍ନୀତିର ଗନ୍ଧ। ଗରିବ କଲ୍ୟାଣ ନାଁରେ ରାଜ୍ୟରେ ୧୮ ଲକ୍ଷ ୬୭ ହଜାର ୮୦୩ ଭୁତ ହିତାଧିକାରୀ ୧୩୯୦ କୋଟି ଟଙ୍କାର ଚାଉଳ ଖାଇଯାଇଛନ୍ତି। ରାସନ୍କାର୍ଡ଼ରେ ଆଧାର ସଂଯୋଗ ପରେ ଏପରି ତଥ୍ୟ ପଦାକୁ ଆସିଛି। ଯାହାକୁ ନେଇ ଏବେ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଯାଇଛନ୍ତି।
୨୦୧୫ ମସିହା ସେପ୍ଟେମ୍ୱର ମାସରେ ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଏଥିପାଇଁ (ଚାଉଳ କେଜି)କୁ କେନ୍ଦ୍ର ସରକାର ୨୯ ଟଙ୍କା ଦେଉଥିବା ବେଳେ ରାଜ୍ୟ ଦେଉଛି ୨ ଟଙ୍କା। ଏହି ଯୋଜନାରେ ରାଜ୍ୟରେ ୩ କୋଟି ୨୫ ଲକ୍ଷ ୯୮ ହଜାର ହିତାଧିକାରୀ ସାମିଲ ହୋଇଥିଲେ।
ତେବେ ହିତାଧିକାରୀ ଚୟନରେ ପାତର ଅନ୍ତର ହୋଇଥିଲା। ତରବରିଆ ଭାବେ ବିନା କାଗଜପତ୍ର ଯାଞ୍ଚରେ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ଯେଉଁଥିପାଇଁ ପ୍ରକୃତ ହିତାଧିକାରୀ ଯୋଜନାରୁ ବାଦ ପଡ଼ିଥିଲେ ଓ ବହୁ ଥିଲା ବାଲା ସାମିଲ୍ ହୋଇଥିଲେ। ତେବେ ରାସନ କାର୍ଡରେ ଆଧାର କାର୍ଡ ସଂଯୋଗ ପରେ ଏହି ଦୁର୍ନୀତି ପଦାକୁ ଆସିଛି। ୧୮ ଲକ୍ଷ ୬୭ ହଜାର ୮୦୩ ଭୁତ ହିତାଧିକାରୀ ଏହି ଯୋଜନାରୁ ବାଦ ପଡ଼ିଛନ୍ତି। ଏମାନେ ଜଣକା ମାସକୁ ୫ କେଜି ଲେଖାଏଁ ଚାଉଳ ନେଲେ ବାର୍ଷିକ ୧୧ କୋଟି ୨୦ ଲକ୍ଷ ୬୯ ହଜାର ୨୬୦ କେଜି ଚାଉଳ ଖାଇଛନ୍ତି। ଦେଖିବାକୁ ଗଲେ ଗତ ୪ ବର୍ଷରେ ଭୁତ ହିତାଧିକାରୀ ନେଇଛନ୍ତି ୪୪ କୋଟି ୮୨ ଲକ୍ଷ ୭୨ ହଜାର ୭୨୦ କେଜି ଚାଉଳ ଖାଇଯାଇଛନ୍ତି। ଏଥିପାଇଁ ରାଜକୋଷରୁ ୧୩୮୯ କୋଟି ୬୪ ଲକ୍ଷ ୫୪ ହଜାର ୩୨୦ ଟଙ୍କା ହରିଲୁଟ୍ ହୋଇଛି।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ରେ ହିତାଧିକାରୀ ଚୟନରେ ପାତରଅନ୍ତର ନୀତି ଅବଲମ୍ୱନ କରାଯାଇଥିବା ବେଳେ ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷ ଲଦି ୨୦୧୮ ଗାନ୍ଧି ଜୟନ୍ତୀରୁ ଆରମ୍ଭ କରିଥିଲେ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ୍। ଏହି ଯୋଜନାରେ ୩୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି କୁହାଯାଇଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୭୪ ହଜାର ୭୩୯ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏଥିରେ ମଧ୍ୟ ଦୁର୍ନୀତିର ଗନ୍ଧ ବାହାରିଛି। ବହୁ ଥିଲାବାଲା ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କଟକ ମହାନଗର ନିଗମର ପୂର୍ବତନ ମେୟର ତଥା ବିଜେଡି ନେତ୍ରୀ ଅନୀତା ବେହେରା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/06/aadhaar-database-identification-through-registration-process-scanning_1833c224-75c8-11e8-ad22-53d0ea2909b4.jpg)