ରାଉଲକେଲାରେ ଟ୍ରିପଲ୍ ମର୍ଡର

ରାଉଲକେଲା: ରାଉଲକେଲାରେ ହୋଇଛି ଟ୍ରିପଲ୍  ମର୍ଡର। ଏକ ଦମ୍ପତ୍ତି ଙ୍କ ସହିତ ହତ୍ୟାକରାଯାଇଛି ସେମାନଙ୍କର ୬ ବର୍ଷର ଶିଶୁକୁ। ସହରର ବାଲୁଘାଟ ବସ୍ତିରେ ଘଟିଛି ଏ ଘଟଣା। ବସ୍ତି ନିକଟରେ ଏକ ଖୋଲା ପଡିଆରେ ଥିବା ଘରୁ ମିଳଛି ସେମାନଙ୍କ ମୃତଦେହ। ରବିବାର ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏହି ତିନୋଟି ଶବକୁ ଜବଦ କରିଥିଲା ପୋଲିସ । ତେବେ ମୃତ ସ୍ୱାମୀଙ୍କ ନାମ ମିଲୁକ୍ ବଦାଇକ ଏବଂ ସ୍ତ୍ରୀଙ୍କର ନାମ ଆରତୀ । ଗତକାଲି ରାତିରେ କେହି […]

Murder

Murder

Rakesh Mallick
  • Published: Sunday, 26 April 2015
  • Updated: 26 April 2015, 06:54 AM IST

Sports

Latest News

ରାଉଲକେଲା: ରାଉଲକେଲାରେ ହୋଇଛି ଟ୍ରିପଲ୍  ମର୍ଡର। ଏକ ଦମ୍ପତ୍ତି ଙ୍କ ସହିତ ହତ୍ୟାକରାଯାଇଛି ସେମାନଙ୍କର ୬ ବର୍ଷର ଶିଶୁକୁ। ସହରର ବାଲୁଘାଟ ବସ୍ତିରେ ଘଟିଛି ଏ ଘଟଣା। ବସ୍ତି ନିକଟରେ ଏକ ଖୋଲା ପଡିଆରେ ଥିବା ଘରୁ ମିଳଛି ସେମାନଙ୍କ ମୃତଦେହ। ରବିବାର ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏହି ତିନୋଟି ଶବକୁ ଜବଦ କରିଥିଲା ପୋଲିସ । ତେବେ ମୃତ ସ୍ୱାମୀଙ୍କ ନାମ ମିଲୁକ୍ ବଦାଇକ ଏବଂ ସ୍ତ୍ରୀଙ୍କର ନାମ ଆରତୀ । ଗତକାଲି ରାତିରେ କେହି ଦୁର୍ବୃତ୍ତ ଏମାନଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ହତ୍ୟାର କାରଣ ସମ୍ପର୍କରେ କିଛି ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବସ୍ତି ଆଖପାଖ ଲୋକଙ୍କୁ ପଚରାଉଚାରା କରୁଛି। ଖବର ଲେଖାଯିବା ସୁଦ୍ଧା ମୃତ ଦମ୍ପତ୍ତିଙ୍କ ପରିଚୟ ସମ୍ପର୍କରେ ପୋଲିସ କୌଣସି ସୂଚନା ଦେଇ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos