Murder
ରାଉଲକେଲା: ରାଉଲକେଲାରେ ହୋଇଛି ଟ୍ରିପଲ୍ ମର୍ଡର। ଏକ ଦମ୍ପତ୍ତି ଙ୍କ ସହିତ ହତ୍ୟାକରାଯାଇଛି ସେମାନଙ୍କର ୬ ବର୍ଷର ଶିଶୁକୁ। ସହରର ବାଲୁଘାଟ ବସ୍ତିରେ ଘଟିଛି ଏ ଘଟଣା। ବସ୍ତି ନିକଟରେ ଏକ ଖୋଲା ପଡିଆରେ ଥିବା ଘରୁ ମିଳଛି ସେମାନଙ୍କ ମୃତଦେହ। ରବିବାର ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏହି ତିନୋଟି ଶବକୁ ଜବଦ କରିଥିଲା ପୋଲିସ । ତେବେ ମୃତ ସ୍ୱାମୀଙ୍କ ନାମ ମିଲୁକ୍ ବଦାଇକ ଏବଂ ସ୍ତ୍ରୀଙ୍କର ନାମ ଆରତୀ । ଗତକାଲି ରାତିରେ କେହି ଦୁର୍ବୃତ୍ତ ଏମାନଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ହତ୍ୟାର କାରଣ ସମ୍ପର୍କରେ କିଛି ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବସ୍ତି ଆଖପାଖ ଲୋକଙ୍କୁ ପଚରାଉଚାରା କରୁଛି। ଖବର ଲେଖାଯିବା ସୁଦ୍ଧା ମୃତ ଦମ୍ପତ୍ତିଙ୍କ ପରିଚୟ ସମ୍ପର୍କରେ ପୋଲିସ କୌଣସି ସୂଚନା ଦେଇ ନଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/04/Murder-1.jpg)