Advertisment

ଡାକ୍ତର ନାହାନ୍ତି କି ଯନ୍ତ୍ରପାତି ନାହିଁ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ସହ ତିଆରି ହୋଇଥିଲା ରାଉରକେଲା ସରକାରୀ ଡାକ୍ତରଖାନା। ଲକ୍ଷ୍ୟ ଥିଲା ଷ୍ଟିଲ୍‌ ସିଟି ସହ ଆଖପାଖ ଅଞ୍ଚଳର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। କିନ୍ତୁ ଡାକ୍ତରଙ୍କ ଅଭାବ ଓ ଆବଶ୍ୟକୀୟ ଯନ୍ତ୍ରପାତିର ଅଭାବ ଯୋଗୁ ଏଠାରେ ରୋଗୀମାନେ ଉତ୍ତମ ସେବା ପାଇବାରୁ ବଞ୍ଚିତ ହେବା ସହିତ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଡାକ୍ତରଖାନାକୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଆସନ୍ତି। ରୋଗୀଙ୍କ […]

author-image
Biswobandita Swain
ଡାକ୍ତର ନାହାନ୍ତି କି ଯନ୍ତ୍ରପାତି ନାହିଁ

rourkela-12

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ସହ ତିଆରି ହୋଇଥିଲା ରାଉରକେଲା ସରକାରୀ ଡାକ୍ତରଖାନା। ଲକ୍ଷ୍ୟ ଥିଲା ଷ୍ଟିଲ୍‌ ସିଟି ସହ ଆଖପାଖ ଅଞ୍ଚଳର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। କିନ୍ତୁ ଡାକ୍ତରଙ୍କ ଅଭାବ ଓ ଆବଶ୍ୟକୀୟ ଯନ୍ତ୍ରପାତିର ଅଭାବ ଯୋଗୁ ଏଠାରେ ରୋଗୀମାନେ ଉତ୍ତମ ସେବା ପାଇବାରୁ ବଞ୍ଚିତ ହେବା ସହିତ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

ଏହି ଡାକ୍ତରଖାନାକୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଆସନ୍ତି। ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ବେଡ୍‌ ରହିଛି। କିନ୍ତୁ ହସ୍ପିଟାଲ୍‌ରେ ଡାକ୍ତର ନାହାନ୍ତି କି ଚିକିତ୍ସା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ନାହିଁ। ଏଠାରେ  ଡାଇରେକ୍ଟର, ସୁପରିଣ୍ଟେଣ୍ଡେଣ୍ଟ୍‌ ଏବଂ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡ଼ିଛି। ଏଥିରୁ ଅନୁମାନ କରି ହେଉଥିବ ଏହି ଡାକ୍ତରଖାନାଟି କେମିତି ଚାଲୁଥିବ। ଏମିତିକି ହସ୍ପିଟାଲ୍‌ରେ ଆବଶ୍ୟକ ସଂଖ୍ୟକ ଷ୍ଟାଫ ନର୍ସ, ପାରମେଡିକାଲ ଷ୍ଟାଫ୍ ଏବଂ ଡ୍ରେସର ନଥିବାର ମଧ୍ୟ ଅଭିଯୋଗ ହୋଇଛି। ସେହିପରି ସିଟି ସ୍କାନ୍‌ ମେସିନ ସହିତ ଆଇସିୟୁ ଓ ଡାଇଲିସିସ ଭଳି ସୁବିଧା ନାହିଁ। ଏହି ହସ୍ପିଟାଲ୍‌ରେ ମାତ୍ର ଗୋଟିଏ ୧୦୮ ଏବଂ ଗୋଟିଏ ୧୦୨ ଆମ୍ବୁଲାନ୍ସ ରହିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଆବଶ୍ୟକୀୟ ସୁବିଧା ସୁଯୋଗ ନଥିବାରୁ ରୋଗୀମାନେ ବାଧ୍ୟ ହୋଇ ବୁର୍ଲା ବଡ଼ ଡାକ୍ତରଖାନା ନ ହେଲେ କଟକ ଯାଉଛନ୍ତି। ଏଣୁ ଅଯଥାରେ ଖର୍ଚ୍ଚାନ୍ତ ବି ହେଉଛନ୍ତି।

Advertisment

ରାଉରକେଲା ବିଧାୟକଙ୍କ କହିବା ଅନୁଯାୟୀ, ଡାକ୍ତର ଥିଲେ, କିନ୍ତୁ କିଛି ଡାକ୍ତରଙ୍କର ବଦଳି ହୋଇଯାଇଛି। ନୂଆ ଡାକ୍ତର ଆସିବେ। କିନ୍ତୁ ରୋଗୀ ସେବା କରିବା ପାଇଁ ଡାକ୍ତର ଅଛନ୍ତି। ମେଡିକାଲ୍‌ରେ ଯେଉଁ ଯନ୍ତ୍ରପାତିର ଅଭାବ ରହିଛି, ସେସବୁ ମଧ୍ୟ ଖୁବ୍‌ ଶୀଘ୍ର ଆସିଯିବ।