Advertisment

ନୂଆଗାଁ ଗୋପପୁର ଗୁଳିମାଡ଼ ଘଟଣା : ବ୍ୟବସାୟୀ ମୃତ

ରାଉରକେଲା: ନୂଆଗାଁ ଗୋପପୁରରେ ସୋମବାର ସକାଳ ପ୍ରାୟ ସାଢ଼େ ୧୧ଟା ବେଳେ ହୋଇଥିବା ଗୁଳିମାଡରେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ସୀତାରାମ ସାହୁ। ତାଙ୍କୁ ପ୍ରାୟ ୬୦ ବର୍ଷ ହେବ। ତାଙ୍କୁ ରାଉରକେଲା ସ୍ଥିତ ଆଇଜିଏଚରେ ଭର୍ତ୍ତି କରାଯାଥିଲା। ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁଯାୟୀ ୪ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ସୀତାରାମଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତାଙ୍କ ଦେହରେ ଦୁଇଟି ଗୁଳି ବାଜିଛି। ଗୋଟିଏ ଅଣ୍ଟା ପାଖରେ ବାଜି ଥିବା ବେଳେ ଆଉ […]

author-image
Rakesh Mallick
ଅଦ୍ୟତନ ହୋଇଛି
ନୂଆଗାଁ ଗୋପପୁର ଗୁଳିମାଡ଼ ଘଟଣା : ବ୍ୟବସାୟୀ ମୃତ

death

ରାଉରକେଲା: ନୂଆଗାଁ ଗୋପପୁରରେ ସୋମବାର ସକାଳ ପ୍ରାୟ ସାଢ଼େ ୧୧ଟା ବେଳେ ହୋଇଥିବା ଗୁଳିମାଡରେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ସୀତାରାମ ସାହୁ। ତାଙ୍କୁ ପ୍ରାୟ ୬୦ ବର୍ଷ ହେବ। ତାଙ୍କୁ ରାଉରକେଲା ସ୍ଥିତ ଆଇଜିଏଚରେ ଭର୍ତ୍ତି କରାଯାଥିଲା।

Advertisment

ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁଯାୟୀ ୪ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ସୀତାରାମଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତାଙ୍କ ଦେହରେ ଦୁଇଟି ଗୁଳି ବାଜିଛି। ଗୋଟିଏ ଅଣ୍ଟା ପାଖରେ ବାଜି ଥିବା ବେଳେ ଆଉ ଗୋଟେ ଗୋଡ଼ ତଳକୁ ବାଜିଛି। ଗୁଳିକାଣ୍ଡର କାରଣ ସଂପର୍କରେ ଜଣାପଡ଼ି ନଥିବା ବେଳେ ଟଙ୍କା ଲୁଟପାଟ୍ ପାଇଁ ଏହା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସୀତାରାମ ସାହୁ ଜଣେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ। ଚାକିରିରୁ ଅବସର ନେବା ବେଳେ ସେ ବେଶ୍ କିଛି ଟଙ୍କା ପାଇଛନ୍ତି। ସେହି ଟଙ୍କା ହାତେଇବା ପାଇଁ କିଛି ଦୁର୍ବୃତ୍ତ ପୂର୍ବରୁ ଧମକଚମକ ଦେବା ସହିତ ଆଜି ଗୁଳିକାଣ୍ଡ ଘଟାଇଥିବା ମଧ୍ୟ ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି।

Advertisment