Advertisment

ସାଇକେଲ୍‌ରେ ଯାଉଥିଲେ, ଅଟକାଇଲା ପୁଲିସ୍‌

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବଲାଙ୍ଗିରରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦକୁ ସାଇକେଲରେ ଯାଉଥିବା ୧୬ ଜଣ ଶ୍ରମିକଙ୍କୁ ପୁଲିସ୍‌ ରାଉରକେଲାରେ ଅଟକାଇ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି। ଲକ୍‌ଡାଉନ୍‌ ଯୋଗୁ ଏହି ଶ୍ରମିକମାନେ ବଲାଙ୍ଗିରରେ ଫସି ରହିଥିଲେ। ପୁଣି ଥରେ ଲକ୍‌ଡାଉନ୍‌ ଅବିଧି ବଢ଼ିବା ପରେ ଶ୍ରମିକମାନେ ନିଜ ଘରକୁ ଯିବାକୁ ଯୋଜନା କରିଥିଲେ। ତେଣୁ ସେମାନେ ମେ’୫ ତାରିଖରେ ବଲାଙ୍ଗିରରୁ ସାଇକେଲ୍‌ରେ ବାହାରିଥିଲେ। ସେମାନେ ରାଉରକେଲା, ବିଶ୍ରା ଓ ଝାଡ଼ଖଣ୍ଡ ଦେଇ ମୁର୍ଶିଦାବାଦ ଯାଇଥା’ନ୍ତେ। ହେଲେ ପୁଲିସ୍‌ […]

ସାଇକେଲ୍‌ରେ ଯାଉଥିଲେ, ଅଟକାଇଲା ପୁଲିସ୍‌

rkl

Advertisment

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବଲାଙ୍ଗିରରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦକୁ ସାଇକେଲରେ ଯାଉଥିବା ୧୬ ଜଣ ଶ୍ରମିକଙ୍କୁ ପୁଲିସ୍‌ ରାଉରକେଲାରେ ଅଟକାଇ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି। ଲକ୍‌ଡାଉନ୍‌ ଯୋଗୁ ଏହି ଶ୍ରମିକମାନେ ବଲାଙ୍ଗିରରେ ଫସି ରହିଥିଲେ। ପୁଣି ଥରେ ଲକ୍‌ଡାଉନ୍‌ ଅବିଧି ବଢ଼ିବା ପରେ ଶ୍ରମିକମାନେ ନିଜ ଘରକୁ ଯିବାକୁ ଯୋଜନା କରିଥିଲେ। ତେଣୁ ସେମାନେ ମେ’୫ ତାରିଖରେ ବଲାଙ୍ଗିରରୁ ସାଇକେଲ୍‌ରେ ବାହାରିଥିଲେ। ସେମାନେ ରାଉରକେଲା, ବିଶ୍ରା ଓ ଝାଡ଼ଖଣ୍ଡ ଦେଇ ମୁର୍ଶିଦାବାଦ ଯାଇଥା’ନ୍ତେ। ହେଲେ ପୁଲିସ୍‌ ଗତକାଲି ରାତିରେ ସେମାନଙ୍କୁ ରାଉରକେଲା ସହରର ମଙ୍ଗଳ ଭବନ ନିକଟରେ ଅଟକାଇ ଥିଲା। ଏହାପରେ ସେମାନଙ୍କୁ ମହାନଗର ନିଗମକୁ ହସ୍ତାନ୍ତର କରାଯାଇଥିଲା। ଏବେ ଏହି ଶ୍ରମିକମାନଙ୍କୁ  ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଉଦିତ ନଗର ଆଶ୍ରୟ କେନ୍ଦ୍ରରେ ରଖିଛନ୍ତି।

Advertisment

ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ଯୋଗୁ ପ୍ରବାସୀ ଶ୍ରମିକମାନେ ହଇରାଣ ହେଉଛନ୍ତି। ସେମାନେ କାମ କରୁଥିବା କମ୍ପାନୀ ଗୁଡ଼ିକ ବନ୍ଦ ହୋଇଯାଇଛି। ଫଳରେ ଅର୍ଥାଭାବ ସହିତ ଖାଇବା ପିଇବାରେ ଅସୁବିଧା ହେଉଛି। ତେଣୁ ସେମାନେ ନିଜ ନିଜ ଗାଁକୁ ଚାଲି ଯାଉଛନ୍ତି। କେହି କେହି ଚାଲି ଚାଲି ଯାଉଥିବା ବେଳେ  ଆଉ କେହି ସାଇକେଲରେ ଯାଉଥିବା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe