Advertisment

ରାୟଗଡ଼ା: ବଡ଼ାନଇଗୁଡ଼ା କନ୍ୟା ସେବାଶ୍ରମରେ ଜଣେ ଛାତ୍ରୀର ଝାଡ଼ାବାନ୍ତିରେ ମୃତ୍ୟୁ ଅଭିଯୋଗ

ରାୟଗଡ଼ା: ରୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ପୂଜାରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବଡ଼ାନଇଗୁଡ଼ା କେବିକେ କନ୍ୟା ସେବାଶ୍ରମରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀର ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଶିଶୁଟିର ନାଁ ରଜନୀ ନାନକା। ତା’ ଘର ମାଝିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ପୋମଡ଼ା ଗାଁରେ। ସେ ଚାରି ବର୍ଷ ହେଲାଣି ଏଇ ସେବାଶ୍ରମ ବିଦ୍ୟାଳୟରେ ରହି ପାଠ ପଢୁଥିଲା। ଅଭିଯୋଗ ଅନୁଯାୟୀ, ଗତକାଲିଠାରୁ ଝିଅଟି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲା। ତାକୁ ମାଝିଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା […]

ଅଦ୍ୟତନ ହୋଇଛି
ରାୟଗଡ଼ା: ବଡ଼ାନଇଗୁଡ଼ା କନ୍ୟା ସେବାଶ୍ରମରେ ଜଣେ ଛାତ୍ରୀର ଝାଡ଼ାବାନ୍ତିରେ ମୃତ୍ୟୁ ଅଭିଯୋଗ

kanyashrama-rayagada

Advertisment

kanyashrama-rayagadaରାୟଗଡ଼ା: ରୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ପୂଜାରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବଡ଼ାନଇଗୁଡ଼ା କେବିକେ କନ୍ୟା ସେବାଶ୍ରମରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀର ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଶିଶୁଟିର ନାଁ ରଜନୀ ନାନକା। ତା’ ଘର ମାଝିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ପୋମଡ଼ା ଗାଁରେ। ସେ ଚାରି ବର୍ଷ ହେଲାଣି ଏଇ ସେବାଶ୍ରମ ବିଦ୍ୟାଳୟରେ ରହି ପାଠ ପଢୁଥିଲା।

Advertisment

ଅଭିଯୋଗ ଅନୁଯାୟୀ, ଗତକାଲିଠାରୁ ଝିଅଟି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲା। ତାକୁ ମାଝିଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ତେବେ ଆଜି ସକାଳେ ତା’ ଅବସ୍ଥା ଗୁରୁତର ହେବାରୁ ତାକୁ କଲ୍ୟାଣସିଂହପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ତାକୁ ମୃତ ଘୋଷଣା କରାଯାଇଥିଲା।

କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାଜୀବ ନନ୍ଦନ ନାୟକ କହିଛନ୍ତି,“ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଝିଅଟିର ମୃତ୍ୟୁ ହୋଇସାରିଥିଲା। ଶବବ୍ୟବଚ୍ଛେଦ ପରେ ତା’ର ମୃତ୍ୟୁର କାରଣ ଜଣାପଡ଼ିବ।”

Advertisment

ଝିଅର ଭାଇ ନାଗେଶ ନାନକା କହିଛନ୍ତି,“ଗତକାଲି ରଜନୀର ଝାଡ଼ା ହୋଇଥିଲା। ଟାବ୍‌ଲେଟ୍ ଦେବା ପରେ ଟିକେ କମିଥିଲା। ରାତିରେ ଅଳ୍ପ ଭାତ ଖାଇବାକୁ ଦେଇଥିଲୁ। ତେବେ ରାତି ପ୍ରାୟ ତିନିଟା ବେଳକୁ ଆମକୁ ଖବର ଦେଲେ ଯେ ଝିଅର ଅବସ୍ଥା ଗୁରୁତର ରହିଛି। ଆମେ ଡାକ୍ତରଖାନା ଆଣିଲୁ। ତେବେ ତା’ର ମୃତ୍ୟୁ ହୋଇଯାଇଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe