Advertisment

ଆଉ ଏକ ଜିଲ୍ଲା ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌, ଆସନ୍ତାକାଲିଠୁ ଲାଗୁ

ରାୟଗଡ଼ା (ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍ ଓ ଶଟ୍‌ଡାଉନ୍ ପ୍ରକ୍ରିୟା ଜାରି ରହିଛି। ସ୍ଥିତିକୁ ଦେଖି କେତେବେଳେ ରାଜ୍ୟ ସ୍ତରରେ ତ କେତେବେଳେ ଜିଲ୍ଲା ସ୍ତରରେ ଓ ଆଉ କେତେବେଳେ ପଞ୍ଚୟାତ ସ୍ତରରେ ଜାରି ହେଉଛି ଏହିଭଳି କଟକଣା। ଆଜି ରାୟଗଡ଼ାରୁ ୧୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ ଆସନ୍ତାକାଲି […]

ଅଦ୍ୟତନ ହୋଇଛି
ଆଉ ଏକ ଜିଲ୍ଲା ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌, ଆସନ୍ତାକାଲିଠୁ ଲାଗୁ

odisha1

Advertisment

ରାୟଗଡ଼ା (ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍ ଓ ଶଟ୍‌ଡାଉନ୍ ପ୍ରକ୍ରିୟା ଜାରି ରହିଛି। ସ୍ଥିତିକୁ ଦେଖି କେତେବେଳେ ରାଜ୍ୟ ସ୍ତରରେ ତ କେତେବେଳେ ଜିଲ୍ଲା ସ୍ତରରେ ଓ ଆଉ କେତେବେଳେ ପଞ୍ଚୟାତ ସ୍ତରରେ ଜାରି ହେଉଛି ଏହିଭଳି କଟକଣା। ଆଜି ରାୟଗଡ଼ାରୁ ୧୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା।

Advertisment

ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ ଆସନ୍ତାକାଲି ଠାରୁ ଲାଗୁ ହେବ। ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପୂରା ଜିଲ୍ଲା ଶଟ୍‌ଡାଉନ୍ ରହିବ। କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଜିଲ୍ଲା ପ୍ରଶାସନ କହିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଉଟ୍‌ଡୋରକୁ ମଧ୍ୟ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଛି।

ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲାରେ ୮୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୦ ଜଣ ସୁସ୍ଥ ହୋଇସାରିଲେଣି। ୪୫୦ ଜଣ ଚିକିତ୍ସାଧୀନ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe