Advertisment

କେବେ ସେ ହୋମ୍‌ ଗାର୍ଡ ଥିଲେ, ଆଜି କରୁଛନ୍ତି ଚୋରି

ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ୬ଟି ଆଲ୍‌ମିରା ତାଡି ନଗଦ ୯ ଲକ୍ଷ ଟଙ୍କା ଓ ୭୮୦ ଗ୍ରାମ ସୁନା ଚୋରି କରି ନେଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Loot

Loot

ଦିନେ ସେ ଥିଲେ ଜଣେ ହୋମ୍‌ଗାର୍ଡ। ଏବେ ଚାକିରି ଛାଡ଼ି କରୁଛନ୍ତି ଚୋରି। ଆଉ ଜଣେ ସାଥୀଙ୍କ ସହ ମିଶି ଘରେ ବୁଲାଉଛନ୍ତି କଳାକନା। ସେମିତି ଜଣେ ସାତିର ଚୋର ହେଉଛନ୍ତି ରବି ଶଙ୍କର ମହାନନ୍ଦିଆ। ରାୟଗଡ଼ା ଟାଉନ୍‌ ଥାନା ପୁଲିସ୍‌ ରବି ଓ ତା’ ସାଥୀଙ୍କୁ ଆଜି ଗିରଫ କରିଛି। ଏଥିସହ ଆଉ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି।

Advertisment

ଗତ ୧୭ ତାରିଖରେ ରାୟଗଡ଼ା ଟାଉନ୍‌ର ବ୍ୟାଙ୍କ କଲୋନୀରେ ବାସ କରୁଥିବା ବ୍ୟବସାୟୀ କେନ୍ତାଲି ସାଇ ଶ୍ରୀନିବାସ ରାଓଙ୍କ ଘରୁ ଚୋରି ହୋଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ୬ଟି ଆଲ୍‌ମିରା ତାଡି ନଗଦ ୯ ଲକ୍ଷ ଟଙ୍କା ଓ ୭୮୦ ଗ୍ରାମ ସୁନା ଚୋରି କରି ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ସନ୍ଦାନୀ କୁକୁର ସାହାୟତାରେ ତଦନ୍ତ ଆରମ୍ଭ କରିଥିଲା।

ଆଜି ଏହି ମାମଲାର ପର୍ଦ୍ଦାଫାସ କରିଛି ପୁଲିସ୍‌। ଏହି ମାମଲାରେ କେବେ ହୋମ୍‌ ଗାର୍ଡ଼ ଥିବା ରବି ଶଙ୍କର ମହାନନ୍ଦିଆ ଓ ତାଙ୍କ ସାଥୀ ପର୍ମି ଶ୍ରୀକାନ୍ତଙ୍କୁ ଗିରଫ କରିଛି। ଏମାନେ କେନ୍ତାଲି ସାଇ ଶ୍ରୀନିବାସଙ୍କ ଘରୁ ଚୋରି କରିଥିବା ସ୍ୱୀକାର କରିଥିଲେ। ଏଥିସହ ୪୦୦ ସୁନା ଅଳଙ୍କାର ଜବତ କରିଛି। ସେମାନଙ୍କ ବୟାନ ଆଧାରରେ ପୁଲିସ୍‌ ଆଉ ୩ ଜଣ ସୁନା ଦୋକାନୀଙ୍କୁ ଗିରଫ କରିଛି। ରବି ଓ ପର୍ମି ଗହଣା ଚୋରି କରି ସୁନା ଦୋକାନୀଙ୍କୁ ବିକୁ ଥିବା ଜଣାପଡ଼ିଛି।

Advertisment

ପୁଲିସ୍‌ର କହିବା ଅନୁସାରେ ରବି ଓ ପର୍ମିଙ୍କ ନାଁ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି।

ରିପୋର୍ଟ-ରାୟଗଡ଼ାରୁ ମାଉଡି ବାରିକ

Loot Criminal Arrested Raygada