Advertisment

ରାସ୍ତାକଡ଼କୁ ଓଲଟିଲା ଅଟୋ; ଜଣେ ମହିଳା ଶ୍ରମିକ ମୃତ, ୧୭ ଆହତ

ଆଜି ସକାଳେ ଅଟୋରେ ୧୭ ଜଣ ମହିଳା ଶ୍ରମିକ ଗୁମ୍ମା ଓ କିଆପାଡୁ ଗାଁରୁ କାମ କରିବା ପାଇଁ ରାୟଗଡ଼ା ଅଭିମୁଖେ ଯାଉଥିଲେ

author-image
Tapaswini Nayak
ଅଦ୍ୟତନ ହୋଇଛି
accident

accident

ରାୟଗଡ଼ା ଜିଲ୍ଲା ୩୨୬ ଜାତୀୟ ରାଜପଥର ସାଂକେଶ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅଟୋ ଡ୍ରାଇଭର ସମେତ୧୭ ଜଣ ଶ୍ରମିକ ଆହତ ହୋଇଛନ୍ତି।

Advertisment

ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ମହିଳା ଶ୍ରମିକ ଜଣଙ୍କ ହେଲେ ତୁଳସୀ ମିଣିଆକା। ତାଙ୍କୁ ୨୨ବର୍ଷ ହୋଇଥିଲା। ତୁଳସୀଙ୍କ ଘର ରାୟଗଡ଼ା ବ୍ଲକ୍ କିଆପାଢୁ ଗାଁରେ ବୋଲି ଜଣାଯାଇଛି।

ଆଜି ସକାଳେ ଅଟୋରେ ୧୭ ଜଣ ମହିଳା ଶ୍ରମିକ ଗୁମ୍ମା ଓ କିଆପାଡୁ ଗାଁରୁ କାମ କରିବା ପାଇଁ ରାୟଗଡ଼ା ଅଭିମୁଖେ ଯାଉଥିଲେ। ସାଂକେଶ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଓ ପୁଲିସ ଆହତ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Advertisment

ଅଟୋରେ ଓଭର ଲୋଡ୍‌ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Roadaccident