/odisha-reporter/media/post_attachments/uploadimage/library/16_9/16_9_0/Accident_1677848335.jpg)
Accident
ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା କୁଟ୍ରୁପାଲି ଛକ ନିକଟରେ ଆଜି ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ପିକ୍ଅପ୍ ଭ୍ୟାନ୍ଟିରେ ପ୍ରାୟ ୨୦ ଜଣ ଶ୍ରମିକ ଥିଲେ। ସେମାନେ କଳାହାଣ୍ଡି ଜିଲ୍ଲା ପୋଖରୀବନ୍ଧରୁ ରାୟଗଡ଼ାର ବିଷମକଟକ ଅଭିମୁଖେ ଆସୁଥିଲା। ଗଛ କଟା କାର୍ଯ୍ୟରେ ନିୟୋଜିତ ହେବା ପାଇଁ ସେମାନେ ଆସୁଥିଲେ ବୋଲି ଜଣାପଡ଼ିଛି। ତେବେ କୁଟ୍ରୁପାଲି ନିକଟରେ ପିକ୍ଅପ୍ ଭ୍ୟାନ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ପୁଲିସ୍ ଓ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଅମ୍ବାଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ଭବାନୀପାଟଣା, ରାୟଗଡ଼ା ଓ ମୁନିଗୁଡ଼ା ଡାକ୍ତରଖାନାକୁ ପଠାଯାଇଥିଲା।
Advertisment
ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
