Advertisment

ସ୍ୱାମୀ-ସ୍ତ୍ରୀ କଳିରେ ଗଲା ନାବାଳିକାଙ୍କ ଜୀବନ

ଚାନ୍ଦିଲି ଥାନା କୁରମପେଟା ଗାଁରେ ଏକ ବିବାହ ଭୋଜି ଆୟୋଜନ ହୋଇଥିଲା। ସେହି ବାହାଘର ଭୋଜିରେ ଯୋଗଦେବା ପାଇଁ କୁରମପେଟା ଗାଁରୁ ୩୦ ଅଧିକ ଲୋକ ଯାଇଥିଲେ। ସେମାନଙ୍କ ଭିତରେ ଥିଲେ ଝିନା ତାଡିଙ୍ଗି ଓ ତାଙ୍କ ଧର୍ମପତ୍ନୀ ପୂର୍ଣ୍ଣାଲୁ।

Rayagada

Rayagada

Advertisment

ସ୍ୱାମୀ ଓ ସ୍ତ୍ରୀଙ୍କ କଳିରେ ଗଲା ବାଳିକାଙ୍କ ଜୀବନ। ଏପରି ହୃଦୟବିଦାରକ ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।

Advertisment

ଚାନ୍ଦିଲି ଥାନା କୁରମପେଟା ଗାଁରେ ଏକ ବିବାହ ଭୋଜି ଆୟୋଜନ ହୋଇଥିଲା। ସେହି ବାହାଘର ଭୋଜିରେ ଯୋଗଦେବା ପାଇଁ କୁରମପେଟା ଗାଁରୁ ୩୦ ଅଧିକ ଲୋକ ଯାଇଥିଲେ। ସେମାନଙ୍କ ଭିତରେ ଥିଲେ ଝିନା ତାଡିଙ୍ଗି ଓ ତାଙ୍କ ଧର୍ମପତ୍ନୀ ପୂର୍ଣ୍ଣାଲୁ। ଆଜି ଅପରାହ୍ନରେ ଭୋଜିରେ ସମସ୍ତେ ବ୍ୟସ୍ଥ ଥିଲେ। ଠିକ୍‌ ସେହି ସମୟରେ ଝିନା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁର୍ଣ୍ଣାଲୁଙ୍କୁ ଲକ୍ଷ୍ୟ କରି ଏକ ଇଟା ଫିଙ୍ଗିଥିଲା ଝିନା। ଦୁର୍ଭାଗ୍ୟକୁ ଇଟା ଖଣ୍ଡଟି ଯାଇ ଭୋଜି ଖାଉଥିବା ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ଦେହରେ ବାଜିଥିଲେ।

ଇଟା ମାଡ଼ରେ ରକ୍ତାକ୍ତ ହୋଇ ତଳେ ପଡ଼ି ଯାଇଥିଲେ ନାବାଳିକା ଜଣକ। ଭୋଜିକୁ ଆସିଥିବା ଲୋକମାନେ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏନେଇ ଅଭିଯୋଗ ହେବା ପରେ ଚାନ୍ଦିଲି ଥାନା ପୁଲିସ ମାମଲା ରୁଜୁ କରି ଝିନାକୁ ଅଟକ ରଖିଛି। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ରିପୋର୍ଟ-ରାୟଗଡ଼ାରୁ ମାଉଡି ବାରିକ

Raygada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe