Advertisment

ରଥଯାତ୍ରା ଦେଖିବାକୁ ଯାଉଥିବା ବେଳେ ଓଲଟିଲା ଭ୍ୟାନ୍‌

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରୁ ୧୦ ଅଧିକ ଲୋକ ଏକ ମ୍ୟାକ୍ସ ପିକଅପ୍‌ ଭ୍ୟାନ୍‌ରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ରାୟଗଡ଼ା ଶ୍ରଦ୍ଧାଶ୍ରୀକ୍ଷେତ୍ର ଯାଉଥିଲେ। ତେବେ ହାଲୁଆ ପଞ୍ଚାୟତ ରାଫାକଣା ଛକରେ ଭ୍ୟାନ୍‌କୁ ସମ୍ମୁଖରୁ ଆସୁଥିବା ଏକ ଅଟୋ ସାଇଡ୍‌ ମାରିଥିଲା।

Accident

Accident

Advertisment

ଆଜି ହେଉଛି ମହାପ୍ରଭୁଙ୍କ ରଥଯାତ୍ରା। ମହାପ୍ରଭୁଙ୍କ ଏହି ଅନନ୍ୟ ଯାତ୍ରା ଦେଖିବା ପାଇଁ ଏକ ମ୍ୟାକ୍ସ ଭ୍ୟାନ୍‌ରେ ୧୫ରୁ ଅଧିକ ଲୋକ ଯାଉଥିଲେ। ହେଲେ ମହାପ୍ରଭୁଙ୍କୁ ଦର୍ଶକ କରିବା ପୂର୍ବରୁ ଭ୍ୟାନ୍‌ଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାୟଗଡା ଜିଲ୍ଲାରେ ଘଟିଛି।

Advertisment

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରୁ ୧୦ ଅଧିକ ଲୋକ ଏକ ମ୍ୟାକ୍ସ ପିକଅପ୍‌ ଭ୍ୟାନ୍‌ରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ରାୟଗଡ଼ା ଶ୍ରଦ୍ଧାଶ୍ରୀକ୍ଷେତ୍ର ଯାଉଥିଲେ। ତେବେ ହାଲୁଆ ପଞ୍ଚାୟତ ରାଫାକଣା ଛକରେ ଭ୍ୟାନ୍‌କୁ ସମ୍ମୁଖରୁ ଆସୁଥିବା ଏକ ଅଟୋ ସାଇଡ୍‌ ମାରିଥିଲା। ଯେଉଁଥିପାଇଁ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ରାୟଗଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସମସ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

ରିପୋର୍ଟ-ରାୟଗଡ଼ରୁ ମାଉଡି ବାରିକ

Accident Raygada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe