Advertisment

ବାଇକକୁ ଧକ୍କା ଦେଇ ଜଳିଗଲା ଟ୍ୟାଙ୍କର; ୨ମୃତ, ଜଣେ ଆହତ

ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ବାଇକକୁ ଧକ୍କା ଦେଇ ଜଳିଗଲା ଟ୍ୟାଙ୍କର। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଶଙ୍କରଡା ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଦ୍ୱୟ ହେଲେ ଟିକିରି ଥାନା ଡେଙ୍ଗାଗୁଡା ଗାଁର ମହେଶ୍ଵର ମାଝୀ ଓ ଶଙ୍କରଡା ପଞ୍ଚାୟତ ଅନ୍ତର୍ଗତ କୁପାଖାଲ ଗାଁର ଓଡ଼ିଆ ମାଝୀ। ଆହତ ବ୍ୟକ୍ତି ଜଣକ ହେଲେ ଡେଙ୍ଗାଗୁଡ଼ା ଗାଁର ସୁରେଶ ମାଝୀ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ମହେଶ୍ଵର, ଓଡ଼ିଆ ଓ ସୁରେଶ ରାଫକଣାରୁ ଟିକିରି ଫେରୁଥିଲେ। ଏହି ସମୟରେ ଉତ୍କଳ ଆଲୁମିନା କାରଖାନାରୁ ଆଲୁମିନା ପାଉଡର ବୋଝେଇ କରି ଟ୍ୟାଙ୍କରଟି ଆସୁଥିଲା। ଶଙ୍କରଡା ଗାଁ ନିକଟରେ ଟ୍ୟାଙ୍କରଟି ବାଇକକୁ ଧକ୍କା ଦେଇ  ୨୦୦ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା। ତା’ପରେ ବାଇକ୍ ଓ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା।

ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଖବର ପାଇ ଟିକିରି ଅଗ୍ନିଶମ ବିଭାଗ ଘଟଣାରସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ମୃତକ ପରିବାରକୁ କ୍ଷତିପୂରଣ ଦେବାକୁ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାୟଗଡ଼ା ଠାରୁ ଟିକିରି ଓ କାଶୀପୁରକୁ ଯାତାୟତ ଠପ୍ ହୋଇଯାଇଛି। ଟିକିରି ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Advertisment
Rayagada Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe