/odisha-reporter/media/post_attachments/uploadimage/library/16_9/16_9_0/Accident_1677073122.jpg)
Accident
ରାୟଗଡ଼ା ନିକଟ କମରଡ଼ାରେ ଏକ ଟ୍ରକ୍ ଏକ ଅଟୋକୁ ପିଟି ଦେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ୨ ଜଣ ଗୁରୁତର ଆହତ ହୋଇଛନ୍ତି।
Advertisment
ମୃତାହତମାନେ ଆନ୍ଧ୍ରପ୍ରଦେଶର କମରଡ଼ା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନେ ଏକ ରାୟଗଡ଼ାକୁ ଏକ ବାହାଘର ଭୋଜି ଖାଇବାକୁ ଆସିଥିଲେ। ଭୋଜି ଖାଇ ଫେରୁଥିବା ବେଳେ ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।
ଆହତଙ୍କ ମଧ୍ୟରୁ ଜଣଙ୍କୁ ଆନ୍ଧ୍ରପ୍ରଦେଶର ପାର୍ବତୀପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
Advertisment
ମିଳିଥିବା ସୂଚନା ଅନୁଯାୟୀ, ଅଟୋରେ ମୋଟ ୧୪ ଜଣ ସବାର ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
