/odisha-reporter/media/post_attachments/uploads/2021/12/child.jpg)
child
କଲ୍ୟାଣସିଂହପୁର (ମାଉଡି ବାରିକ): ୬ ବର୍ଷର ବାଳକର ତଣ୍ଟି କାଟିଦେଲେ। ପରେ ମୃତଦେହକୁ ଘର ବାରି ପଟେ ଫୋପାଡ଼ି ଦେଇଛନ୍ତି। ଆଜି ଏମିତି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି କାଶିପୁର ଥାନା ମାଣ୍ଡିବିଶି ଗାଁରେ। ଶିଶୁଟିର ତଣ୍ଟିକାଟିବା ପରେ ତା’ର ମୃତଦେହକୁ ଘର ବାଡ଼ିପଟେ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ।
Advertisment
ଆଜି ଅପରାହ୍ନ ୪ଟାରୁ ଶିଶୁଟି ନିଖୋଜ ଥିଲା। ବହୁ ଖୋଜାଖୋଜି କରିବା ପରେ ତାଙ୍କ ଘରର ବାରି ପଛ ପଟେ ଶିଶୁଟିର ଗଳାକଟା ମୃତଦେହ ଦେଖିଥିଲେ ପିତା। ଶିଶୁଟିର ବାପା ଏ ନେଇ କାଶୀପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଆସନ୍ତା କାଲି ସକାଳୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବ ବୋଲି ଜଣାପଡିଛି।
ତେବେ କିଏ କାହିଁକି ପିଲାଟିକୁ ଏପରି ନୃଶଂସ ଭାବେ ହତ୍ୟା କଲା, ତାହା ଜଣା ପଡ଼ିନାହିଁ। ଅନ୍ୟପକ୍ଷରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
