Advertisment

ଚାକିରି ଛାଡ଼ିଦେଲେ, ଏବେ ଚାକିରି ଦେଉଛନ୍ତି

ନୂଆ କିଛି କରିବା ଓ ଅନ୍ୟର କାମରେ ଆସିବା ପାଇଁ ତାଙ୍କର ଏହି ପ୍ରୟାଶ ଏବେ ଅନ୍ୟମାନଙ୍କ ନିମନ୍ତେ ପ୍ରାରଣ ହୋଇଛି।

ଅଦ୍ୟତନ ହୋଇଛି
a woman give job opportunities

a woman give job opportunities

Advertisment

ପିତା ଲାଗିଲା ଚାକିରି। ପ୍ରାଥମିକ ସ୍କୁଲ ଶିକ୍ଷକ ପଦରୁ ଇସ୍ତଫା ଦେଇଦେଲେ। ଚାକିରି ଛାଡ଼ିବା ପରେ ସେ ଏବେ ଚାକିରି ଦେବାରେ ଲାଗିଛନ୍ତି। ଏହି ମହିଳା ଜଣକ ରାୟଗଡା ଜିଲ୍ଲା ଗୁଣପୁର ସହର କଟିକା ସାହିର ରଞ୍ଜିତା ପଟ୍ଟନାୟକ। ନୂଆ କିଛି କରିବା ଓ ଅନ୍ୟର କାମରେ ଆସିବା ପାଇଁ ତାଙ୍କର ଏହି ପ୍ରୟାଶ ଏବେ ଅନ୍ୟମାନଙ୍କ ନିମନ୍ତେ ପ୍ରେରଣ ହୋଇଛି।

Advertisment

ରଞ୍ଜିତା ଚାକିରି ଛାଡ଼ିବା ପରେ କିଣିଲେ ଗୋଟିଏ ପୁରୁଣା ମେସିନ୍। ମହିଳାମାନଙ୍କୁ ଦେଲେ ସିଲେଇ ତାଲିମ୍। ଏବେ ତାଙ୍କ ତାଲିମ୍‌ କେନ୍ଦ୍ରରେ ସିଲେଇ ମେସିନ୍ ସଂଖ୍ୟା ୨୫। ପ୍ରତିଦିନ ବହୁ ସଂଖ୍ୟକ ଯୁବତୀ ତାଙ୍କର ଏହି ତାଲିମ୍‌ କେନ୍ଦ୍ରରେ ତାଲିମ ନେଉଛନ୍ତି। ଏଠାରେ କାମ କରି ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ଏବେ ସୁଦ୍ଧା ତାଙ୍କର ଏହି ପ୍ରୟୋଗଶାଳାରେ ତାଲିମ ନେଇ ୪ ହଜାର ଯୁବତୀ ଓ ମହିଳା ନିଜକୁ ସ୍ୱାବଲମ୍ୱୀ କରିସାରିଲେଣି। ମହିଳାଙ୍କୁ ସ୍ୱାବଲମ୍ବି କରିବା ନିମନ୍ତେ ତାଙ୍କ ଏହି ପ୍ରୟାଶ ପ୍ରଶଂସାର ବିଷୟ ହୋଇଛି। ନିଜେ ରୋଜଗାର କରିବା ସହ ତାଲିମ୍ ଦେଇ ଅନ୍ୟକୁ ରୋଜଗାର ଦେବା ନିଶାରେ ସେ ଲାଗି ପଡ଼ିଛନ୍ତି। ଦୃଢ଼ ଇଛାଶକ୍ତି ବଳରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।

ଚାକିରି ଛାଡ଼ିବା ପରେ ଏବେ ବହୁ ସଂଖ୍ୟକ ଲୋକ ତାଙ୍କ ପାଖରେ କାମ କରୁଛନ୍ତି। କିଏ ମେସିନ୍ ଚଳାଇବାରେ ବ୍ୟସ୍ତ ତ ଆଉ କିଏ ସିଲେଇ କରିବାରେ ବ୍ୟସ୍ତ। ଆଉ କିଏ କତୁରୀ ଧରି କପଡା କାଟିବାରେ ଲାଗି ପଡ଼ିଛନ୍ତି। ରାୟଗଡା ଜିଲ୍ଲା ଗୁଣପୁର ସହରରେ ରହିଛି ଏହି ସିଲେଇ ଶିକ୍ଷା ଓ ବସ୍ତ୍ର ତିଆରି କେନ୍ଦ୍ର।

Advertisment

ରଞ୍ଜିତା ପଟ୍ଟନାୟକ କହିଛନ୍ତି, ଉଚ୍ଚ ଶିକ୍ଷା ପରେ ଶିକ୍ଷକତା ତାଲିମ୍ ନେଇ ୨୦୦୧ରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଥିଲେ। ତଥାପି ତାଙ୍କ ନିକଟରେ ଥିବା ବଳକା ସମୟକୁ ସଦ୍‌ବିବିନିଯୋଗ କରି କିଛି ଅର୍ଥ ଉପାର୍ଜନ କରିବା ନିମନ୍ତେ ୧୧୯୮ ମସିହା ଏପ୍ରିଲ ୧ ତାରିଖରେ ଗୋଟିଏ ପୁରୁଣା ସିଲେଇ ମେସିନ୍ କିଣିଥିଲେ। ଏହା ଦ୍ୱାରା ସାହିର ୫ଜଣ ମହିଳାଙ୍କୁ ତାଲିମ ଦେଇ ଲୋକଙ୍କ ଅର୍ଡର ଆଣି କାମ ଆରମ୍ଭ କରିଥିଲେ। ଅନ୍ୟପଟେ ଘର ଠାରୁ ପ୍ରାୟ ୨୩ କିମି ଦୂର ସ୍କୁଲକୁ ପ୍ରତ୍ୟେକଦିନ ଯିବାକୁ ପଡ଼ୁଥିଲା। ଏହା ତାଙ୍କ ନିମନ୍ତେ ସମସ୍ୟା ହେବାରୁ ନିଟସ୍ଥ ସ୍କୁଲକୁ ବଦଳି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଥିଲେ। ହେଲେ ବିଭାଗୀୟ ଅଧିକାରୀ ଶୁଣି ନ ଥିଲେ। ତେଣୁ ୨୦୦୫ ମସିହାରେ ସେ ଚାକିରିରୁ ଇସ୍ତଫା ଦେଇଥିଲେ। ୨୦୧୬ ମସିହାରେ ସାହିର ୧୨ ଜଣ ମହିଳାଙ୍କୁ ନେଇ ଏକ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ। ଆଉ ସେହିଦିନ ଠାରୁ ପଛକୁ ବୁଲି ଚାହିଁ ନଥିଲେ। ପରବର୍ତ୍ତୀ ସମୟରେ ସେ ବ୍ୟାଙ୍କ ଋଣ ନେଇ ୨୫ଟି ମେସିନ କରିଣିଥିଲେ। ସାହି ଓ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଯୁବତୀ ଏଠାକୁ ତାଲିମ୍‌ ନେବାକୁ ଆସିଥିଲେ। ତାଲିମ ନେଇ ଏଠାରେ ବିଭିନ୍ନ ପ୍ରକାର ବସ୍ତ୍ର ତିଆରି ଆରମ୍ଭ କରି ଦେଇଥିଲେ। ଯେଉଁଥିରୁ ତାଙ୍କୁ ବେଶ କିଛି ଖର୍ଚ୍ଚ ମିଳି ଯାଉଛି। ବ୍ୟାଙ୍କ ଋଣ ମଧ୍ୟ ସୁଝି ଯାଇଛି।

ବିଶେଷ ଭାବେ ମହିଳା ଓ ଯୁବତୀମାନେ ବ୍ୟବହାର କରୁଥିବା ଶାଢ଼ି, ବ୍ଲାଉଜ୍, ସାର୍ଟ, କୁର୍ତ୍ତା, ସ୍କୁଲ ଡ୍ରେସ୍ ପ୍ରଭୃତି ଏଠାରେ ତିଆରି କରାଯାଉଛି। ସ୍କୁଲ ଓ ପାଖ ବ୍ୟବସାୟୀଙ୍କ ଠାରୁ ଅର୍ଡର ଆଣି କାମ କରାଯାଉଛି। ଏବେ ଏଠାରୁ ତାଲିମ ନେଇ ପ୍ରାୟ ୪ ହଜାରରୁ ଅଧିକ ମହିଳା ଓ ଯୁବତୀ ରୋଜଗାରକ୍ଷମ ହୋଇପାରିଛନ୍ତି। ଯେଉଁମାନେ ଏଠାରେ କାମ କରୁଛନ୍ତି ଭଲ ରୋଜଗାର ମଧ୍ୟ କରୁଛନ୍ତି ବୋଲି ରଞ୍ଜିତା କହିଛନ୍ତି।

ରଞ୍ଜିତାଙ୍କ ଏଭଳି ପ୍ରୟାସକୁ ନେଇ ଏଠାରେ ତାଲିମ ନେଉଥିବା ମହିଳାମାନେ ପ୍ରଶଂସାରା ଶତମୁଖ।

ଏଠାରେ ତାଲିମ ନେଉଥିବା ଏ. ଅନିତା ଓ ନମିତା ନିମାଲା କହିଛନ୍ତି, ଏଠାରେ ତାଲିମ ନେଇ କାମ କରିବାର ସୁଯୋଗ ପାଇଥିବାରୁ ମାସକୁ ପ୍ରାୟ ୭ ହଜାର ଟଙ୍କା ରୋଜଗାର କରୁଛୁ। ଭଲ ତାଲିମ ମିଳିଥିବାରୁ ଏଠାରୁ ଚାଲିଗଲା ପରେ ମଧ୍ୟ ଯେକୌଣସି ସ୍ଥାନରେ କାମ କରି ପେଟପୋଷି ହେବ। ରଞ୍ଜିତାଙ୍କ ଉଦ୍ୟମରୁ ସମସ୍ତଙ୍କୁ ରୋଜଗାର ମିଳିପାରିଛି।

ରିପୋର୍ଟ- ଗୁଣପୁରରୁ ଇନ୍ଦ୍ରଜିତ୍ କୁମାର ପଣ୍ଡା

Shg Women
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe