Advertisment

ବିଷମକଟକ ତହସିଲଦାର ନିଲମ୍ବିତ, ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ

ଜମି ପଞ୍ଜୀକରଣ ବାବଦ ରାଜସ୍ୱ ଅର୍ଥ ହଡ଼ପ ଅଭିଯୋଗରେ ନିଲମ୍ବିତ ହେଲେ ରାୟଗଡ଼ା ଜିଲ୍ଲା ବିଷମକଟକ ତହସିଲଦାର ଶୁଭେନ୍ଦୁ କୁମାର ଜେନା । ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶାନାମା ଦିଆଯାଇ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 Suspend

Suspend

Advertisment

ଜମି ପଞ୍ଜୀକରଣ ବାବଦ ରାଜସ୍ୱ ଅର୍ଥ ହଡ଼ପ ଅଭିଯୋଗରେ ନିଲମ୍ବିତ ହେଲେ ରାୟଗଡ଼ା ଜିଲ୍ଲା ବିଷମକଟକ ତହସିଲଦାର ଶୁଭେନ୍ଦୁ କୁମାର ଜେନା । ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶାନାମା ଦିଆଯାଇ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବନ ସମୟରେ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହେଡକ୍ୱାର୍ଟର୍ସରେ ରହିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ସେ ଜିଲ୍ଲାପାଳଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର୍ସ ଛାଡି ପାରିବେ ନାହିଁ ବୋଲି କଡା ନିର୍ଦ୍ଦେଶ ରହିଛି।

Advertisment

 ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୧-୨୨ ବର୍ଷ ମଧ୍ୟରେ ବିଷମକଟକ ବ୍ଳକ ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ତଥା ରାଜସ୍ୱ ସହାୟକ ଭାବେ ବନମାଳି କର କାର୍ଯ୍ୟରତ ଥିଲେ। ଏହି ସମୟରେ ଜମି ପଞ୍ଜୀକରଣ ବାବଦରେ ଆଦାୟ ହୋଇଥିବା ୧ କୋଟି ୩୨ ଲକ୍ଷ ଟଙ୍କା ରାଜସ୍ୱକୁ ସେ ସରକାରୀ ଖାତାରେ ଜମା ନକରି ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଏହି ମାମଲାର ତଦନ୍ତ କରିଥିବା ବେଳେ ପ୍ରାୟ ବର୍ଷେ ହେବ କିରାଣୀ ବନମାଳୀ କର ନିଲମ୍ବିତ ହୋଇ ସାରିଛନ୍ତି । ଏନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ସେ ଫେରାର ଅଛନ୍ତି ।

ବନମାଳୀ କର ବିଷମକଟକ ବ୍ଳକ ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ଥାଇ ଏପରି ଚଞ୍ଚକତା କରିଥିବା ବେଳେ ବିଷମକଟକ ତହସିଲଦାର ତଥା ସବ ରେଜିଷ୍ଟ୍ରାର ଭାବେ ଶୁଭେନ୍ଦୁ କୁମାର ଜେନା ଉକ୍ତ ବ୍ଲକର ତହସିଲଦାର ଥିଲେ। ମାତ୍ର ସେ କିପରି ବନମାଳୀଙ୍କ ଚଞ୍ଚକତାକୁ ଧରି ପାରିଲେନି ତାହା ସମସ୍ତଙ୍କୁ ଚକିତ କରିଥିଲା ।

Advertisment

ଦାୟିତ୍ୱରେ ଅବହେଳା ନେଇ ତହସିଲଦାର ଶୁଭେନ୍ଦୁ କୁମାର ଜେନାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରାଯାଇ ଗତ ୨୩ ତାରିଖରେ ବିଭାଗୀୟ ନିର୍ଦ୍ଦେଶନାମା ଅନୁଯାୟୀ ତହସିଲଦାର ଶୁଭେନ୍ଦୁ କୁମାର ଜେନାଙ୍କୁ ନିଲମ୍ବନ କରାଯାଇଛି।। ଏନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe