Advertisment

ଜମି ପାଇଁ ମାରି ଫିଙ୍ଗିଦେଲେ !

ଗତକାଲି ସନ୍ଧ୍ୟା ସମୟରେ ପଣ୍ଡା ଶବର କୌଣସି କାମରେ ବାହାରକୁ ଯାଇଥିଲେ। ରାତିରେ ଘରକୁ ଫେରି ନ ଥିଲେ।

Panda Sabar

Panda Sabar

Advertisment

ଜମିଜମା ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଚିନାରିଗୁଡା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପଣ୍ଡା ଶବର।

Advertisment

ଗତକାଲି ସନ୍ଧ୍ୟା ସମୟରେ ପଣ୍ଡା ଶବର କୌଣସି କାମରେ ବାହାରକୁ ଯାଇଥିଲେ। ରାତିରେ ଘରକୁ ଫେରି ନ ଥିଲେ। ଏନେଇ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ଘର ପାଖରେ ଜମିରେ ପଣ୍ଡାଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ।

ଗୁଣପୁର ପୁଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ମୃତକ ପଣ୍ଡା ଶବରଙ୍କ ପୁଅ କହିଛନ୍ତି, ୨ ଏକର ଜମି ନେଇ ମାମୁ ଘର ସହ ବିବାଦ ଲାଗି ରହିଥିଲା। ମୋତେ ଓ ମୋ ବାପାଙ୍କୁ ମାମୁ ମାରିଦେବେ ବୋଲି ଧମକ ଦେଇଥିଲେ। ମାମୁ ମୋ ବାପାଙ୍କୁ ମାରି ଫିଙ୍ଗି ଦେଇଛନ୍ତି।

Murder Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe