ରାୟଗଡ଼ା(ମନୋଜ ପାତ୍ର): ଜଳିଗଲା ଚଳନ୍ତା ଯାତ୍ରୀବାହୀ ବସ୍ ‘ବର୍ଷା’ । ହେଲେ ସୌଭାଗ୍ୟକ୍ରମେ ବର୍ତ୍ତିଗଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ଏପରି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ରାତିରେ ରାୟଗଡ଼ା-କୋରାପୁଟ ରାସ୍ତା ସିରିକୋଣା ତାରିଣୀ ମନ୍ଦିର ପାଖରେ ଘଟିଯାଇଛି।
ଗତକାଲି ସନ୍ଧ୍ୟାରେ କୋଷାଗୁମୁଡ଼ାରୁ ବାହାରିଥିଲା ‘ବର୍ଷା’ ବସ୍। ସେଥିରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିଲେ । ବସ୍ଟି ଦ୍ରୁତ ଗତିରେ ଯାଉଥିବାବେଳେ ଲକ୍ଷ୍ମୀପୁର ନିକଟରେ ପୋଡ଼ା ଗନ୍ଧ ବାହାରିଥିଲା । ତେବେ ଗାଡ଼ି ଚାଳକ ଏଥିପ୍ରତି ଧ୍ୟାନ ନ ଦେଇ ଗାଡ଼ି ଚଳାଇବାରୁ ପଛ ଟାୟାର ଫାଟି ଗାଡ଼ିଟି ଜଳିଯାଇଥିଲା । ସୌଭାଗ୍ୟବଶଃତ ବସ୍ରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ଖବର ପାଇ ରାୟଗଡ଼ାରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ସ୍କୁଲ ଛାତରୁ ପଡ଼ି ଛାତ୍ରୀ ଗୁରୁତର, ଏହି ଦୃଶ୍ୟ ଦେଖି ଅଚେତ ହୋଇଗଲେ ୧୧ ଛାତ୍ରଛାତ୍ରୀ
ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ଗୁରୁତର ଛାତ୍ରୀ ଜଣଙ୍କୁ ବିଶାଖାପାଟଣା ନିଆଯାଇଛି।
Politics
ସରପଞ୍ଚ ଚାହିଁ ଜଳକା, ସରିଗଲା ୫୦ ଲକ୍ଷ ଖର୍ଚ୍ଚ ତାଲିକା
ରାୟଗଡ଼ା ଜିଲ୍ଲା ବିଷମକଟକରେ 'ଆମ ଓଡ଼ିଶା ନବୀନ ଓଡିଶା' ଯୋଜନା କାର୍ଯ୍ୟକାରୀ କରିବା ନେଇ ବିବାଦ ।
Miscellaneous
କୁଆଡ଼େ ଗଲେ ପ୍ରଫୁଲ୍ଲ ସାମନ୍ତରା ? ତାଙ୍କୁ ହୋଟେଲରୁ ଉଠାଇ ନେଇଥିବା ବ୍ୟକ୍ତିମାନେ କିଏ?
ରାୟଗଡ଼ାର ଏକ ହୋଟେଲରେ ରହୁଥିଲେ ପ୍ରଫୁଲ୍ଲା ସାମନ୍ତରା। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ସେ ରହୁଥିବା ହୋଟେଲରୁ ୩/୪ ଜଣ ଲୋକ ଆସିଥିଲେ। ସେମାନେ ପ୍ରଫୁଲ୍ଲା ସାମନ୍ତରାଙ୍କୁ ହୋଟେଲରୁ ନେଇ ଯାଇଥିଲେ।
Accident
ନଦୀରୁ ବାଲି ଉଠାଉଥିବା ବେଳେ ମାଡ଼ି ଆସିଲା ପାଣି, ଭାସିଗଲେ ୨ ଶ୍ରମିକ
କୁଡ଼ିଙ୍ଗଗୁଡ଼ା ଗାଁ ନିକଟସ୍ଥ ନଦୀରୁ ୪ ଜଣ ମହିଳା ବାଲି ଉଠାଉଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ଆଉ ପାହାଡ଼ି ନଦୀରେ ହଠାତ୍ ଅଧିକ ପାଣି ମାଡ଼ି ଆସିଥିଲା।