Advertisment

ବ୍ୟାପୁଛି ହାଡଫୁଟି, ସ୍ୱାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ!

ଅଭିଯୋଗ ହେଉଛି, ହାଡଫୁଟିରେ ଆକ୍ରାନ୍ତୁଙ୍କୁ ମେଡ଼ିକାଲ୍‌ ନଯିବା ପାଇଁ ଦିଶାରୀ କହିଛନ୍ତି। ମେଡ଼ିକାଲ୍‌ ଗଲେ କୁଆଡ଼େ ମାଆ ରାଗିବେ। ହାଡଫୁଟି ଅଧିକ ବ୍ୟାପିବ।

ଅଦ୍ୟତନ ହୋଇଛି
Rayagada

Rayagada

Advertisment

ବ୍ୟାପୁଛି ହାଡଫୁଟି। ସ୍ୱାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ। ଅନ୍ୟପକ୍ଷରେ ହାଡଫୁଟିରେ ଆକ୍ରାନ୍ତ ହେଉଥିବା ରୋଗୀମାନେ ମେଡ଼ିକାଲ୍‌ ଯିବା ପରିବର୍ତ୍ତେ ଗୁଣିଗାରେଡି ଉପରେ ଭରସା କରୁଛନ୍ତି। ଏହାର ସୁଯୋଗ ନେଇ କ୍ୱାକ୍‌ମାନେ ସେଠାରେ ନିଜର ବେପାର ମେଲାଇଛନ୍ତି। ଆଜି ଏପରି ଖବର ଆସିଛି ରାୟଗଡ଼ା ସହରରୁ।

Advertisment

ରାୟଗଡ଼ା ସହର ବାରିଝୋଲା କଲେଜ ସାହିରେ ବ୍ୟାପୀଛି ହାଡ଼ଫୁଟି। ରୋଗ ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟପୀବାରେ ଲାଗିଛି। ଏଥିରେ ୨୦ରୁ ଅଧିକ ଲୋକ ଅସୁସ୍ଥ ହୋଛନ୍ତି। ହାଡଫୁଟରେ ଜଣେ ସୁସ୍ଥ ହେଲେ, ଆଉ ଜଣେ ଆକ୍ରାନ୍ତ ହେଉଛନ୍ତି। ଘରକୁ ଘର ଡେଉଁଛି ହାଡ଼ଫୁଟି। ହେଲେ ସେମାନେ ମେଡ଼ିକାଲ୍‌ ଯିବା ପରିବର୍ତ୍ତେ ଝଡ଼ାଫୁଙ୍କା ଓ ଗୁଣିଗାରେଡି ଉପରେ ବିଶ୍ୱାସ କରୁଛନ୍ତି। ଆଉ ଏହାର ସୁଯୋଗ ନେଇ ଦିଶାରୀ ଓ କ୍ୱାକ୍‌ମାନେ ସେମାନଙ୍କୁ ନାମ ଦେଉଛନ୍ତି।

ଅଭିଯୋଗ ହେଉଛି, ହାଡଫୁଟିରେ ଆକ୍ରାନ୍ତୁଙ୍କୁ ମେଡ଼ିକାଲ୍‌ ନଯିବା ପାଇଁ ଦିଶାରୀ କହିଛନ୍ତି। ମେଡ଼ିକାଲ୍‌ ଗଲେ କୁଆଡ଼େ ମାଆ ରାଗିବେ। ହାଡଫୁଟି ଅଧିକ ବ୍ୟାପିବ। ତେଣୁ ହାଡଫୁଟରେ ଆକ୍ରାନ୍ତ ହୋଇଥିବା ଲୋକମାନେ ମେଡ଼ିକାଲ୍‌ ଯାଉନାହାନ୍ତି। ଏଥିସହ ରୋଗୀଙ୍କୁ ନିମ୍ୱ ଓ ହଳଦୀ ଲେପ ଦିଆଯାଉଥିବା ଦେଖିବାକୁ ମିଳୁଛି।

Advertisment

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଫିସ୍‌ଠାରୁ ମାତ୍ର ୨୦୦ ମିଟରରେ ଅବସ୍ଥିତ ଏହି ବସ୍ତି। ହେଲେ ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପାଖରେ କୌଣସି ଖୋଜ ଖବର ନାହିଁ। ଏନେଇ ସିଡିପିଓଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏଥିପ୍ରତି ଦୃଷ୍ଟି ଦିଆଯିବ।

ରିପୋର୍ଟ-ରାୟଗଡ଼ାରୁ ମାଉଡି ବାରିକ

Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe