Advertisment

ଆମ୍ବ ଗଛରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗାଁ ଲୋକେ ଏନେଇ କଲ୍ୟାଣସିଂହପୁର ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପତ୍ତା ମିଳିନାହିଁ। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍‌ ସନ୍ଦେହ କରୁଛି।

ଅଦ୍ୟତନ ହୋଇଛି
Kalyansinghpur

Kalyansinghpur

Advertisment

ଆମ୍ୱ ଗଛରେ ଝୁଲୁଛି ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ। ହାତ ବନ୍ଧା ହୋଇଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରୁ ଆସିଛି ଆସି ଏପରି ଖବର। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ଗାଁରେ ପହଞ୍ଚିଛି।

Advertisment

କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଭେଜା ଗାଁର କିଛି ପିଲା ତୋଟାକୁ ଆମ୍ୱ ତୋଳିବାକୁ ଯାଇଥିଲେ। ସେହି ସମୟରେ ଆମ୍ୱ ଗଛରେ ଜଣେ ଯୁବକ ରକ୍ତ ଜୁଡ଼ୁବୁଡୁ ହୋଇ ଝୁଲୁଥିବା ଦେଖିବାକୁ ପାଇଥିଲେ। ମୃତ ଯୁବକଙ୍କ ଜୋତା ଗଛ ମୂଳରେ ପଡ଼ିଥିବା ବେଳେ ହାତ ବନ୍ଧା ଯାଇଛି। ବେକରୁ ରକ୍ତ ସ୍ରାବ ହେଉଛି। ଏହା ଦେଖି ପିଲାମାନେ ଗାଁ ଲୋକଙ୍କୁ ଜଣାଇଥିଲେ।

ଗାଁ ଲୋକେ ଏନେଇ କଲ୍ୟାଣସିଂହପୁର ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ଯୁବକଙ୍କ ପକେଟରୁ ମିଳିଛି ଗୋଟିଏ ଆଧାରକାର୍ଡ। ଯେଉଁଥିରେ ତାଙ୍କର ନାଁ କେଶବ ନାୟକ ଓ ଘର କାଶୀପୁର ବ୍ଲକ ସୁରିଶବାଡ଼ି ଗାଁର ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍‌ ସନ୍ଦେହ କରୁଛି। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

Advertisment

ରିପୋର୍ଟ-ରାୟଗଡ଼ାରୁ ମାଉଡି ବାରିକ

Crime Story Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe