/odisha-reporter/media/post_attachments/uploadimage/library/16_9/16_9_0/Rayagada_1684769728.jpeg)
Rayagada
ପିଚୁ କୁଣ୍ଡରେ ପଡି ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର। ଆଜି ଏପରି ହୃଦୟବିଦାରକ ଘଟଣା ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ଘଟିଛି। ପୁଲିସ ମାମଲା ରୁଜୁ କରି ମୃତଦେହ ଜବତ କରିଛି। ମୃତ ଡ୍ରାଇଭରଙ୍କ ପରିବାର ଲୋକ ଆସିଲେ ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ପୁଲିସ୍ କହିଛି।
ଦୁର୍ଗୀ ସଦର ପଞ୍ଚାୟତରେ ଏକ ହଟ୍ ପିଚୁ ମିକ୍ସ ପ୍ଲାଣ୍ଟ ରହିଛି। ଆଜି ଅପରାହ୍ନରେ ଉକ୍ତ ପ୍ଲାଣ୍ଟକୁ ବିଶାଖାପାଟନାମରୁ ଏକ ପିଚୁ ବୋଝେଇ ଟ୍ରକ୍ ଆସିଥିଲା। ଟ୍ରକ୍ ଡ୍ରାଇଭର ଏ.କ୍ରିଷ୍ଣା ରାଜୁ ପ୍ଲାଣ୍ଟର ପିଚୁ କୁଣ୍ଡରେ ପାଇପ୍ ଯୋଗେ ପିଚୁ ଢାଳୁ ଥିଲେ। ତେବେ ଅସାବଧାନତା ଯୋଗୁ ଶ୍ରୀ ରାଜୁ ଉକ୍ତ ପିଚୁ କୁଣ୍ଡରେ ଖସି ପଡିଥିଲେ। କୁଣ୍ଡରେ ଗରମ ତରଳ ପିଚୁ ରହିଥିବାରୁ ସେହି କୁଣ୍ଡ ଭିତରେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିଲେ।
ଖବର ପାଇ ବିଷମକଟକ ଥାନା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପିଚୁ ପ୍ଲାଣ୍ଟରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ମୃତଦେହ ଜବତ କରିଛି। କେଉଁ ପରିସ୍ଥିତିରେ ଡ୍ରାଭରଙ୍କ ମୃତ୍ୟୁ ଘଟିଲା ତା’ର ତଦନ୍ତ ଚଳାଇଛି ପୁଲିସ୍। ମୃତ ଡ୍ରାଇଭର ଏ.କ୍ରିଷ୍ଣା ରାଜୁଙ୍କ ଘର ଆନ୍ଧ୍ରପ୍ରଦେଶ ବିଶାଖାପାଟନାମ୍ ଅଞ୍ଚଳର। ତାଙ୍କ ପରିବାର ଲୋକେ ଆସିଲେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍ କହିଛି।
ରିପୋର୍ଟ-ରାୟଗଡ଼ାରୁ ମାଉଡି ବାରିକ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
