Advertisment

ତାତିଲେ ଚାଷୀ, ସରକାରୀ କର୍ମଚାରୀଙ୍କୁ କୋଠରୀରେ ତାଲା ପକାଇଲେ

ରାୟଗଡ଼ା (ମାଉଡି ବାରିକ): ସାରା ରାଜ୍ୟରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀ ଚିନ୍ତିତ ଥିବା ଦେଖିବାକୁ ମିଳିଛି। ଆଉ ଏହାରି ଭିତରେ ମଣ୍ଡି ଅବ୍ୟବସ୍ଥାକୁ ଚାଷୀ ତାତିଛନ୍ତି। ୩ ଅଧିକାରୀଙ୍କ ସମେତ ଲ୍ୟାମ୍ପ କର୍ମଚାରୀଙ୍କୁ ଏକ କୋଠରୀରେ ତାଲା ପକାଇଲେ ଚାଷୀ। ଏପରି ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଧାନ ମଣ୍ଡିରୁ। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଉତ୍ୟକ୍ତ ଚାଷୀ ଏକାଠି ହୋଇ ମଣ୍ଡି ପରିଚାଳନା କାର୍ଯ୍ୟରେ ଥିବା ଆରଏମସି, ଏଆରସିଏସ୍ […]

author-image
Ranjit Kumar Jena
ତାତିଲେ ଚାଷୀ, ସରକାରୀ କର୍ମଚାରୀଙ୍କୁ କୋଠରୀରେ ତାଲା ପକାଇଲେ

mandi

ରାୟଗଡ଼ା (ମାଉଡି ବାରିକ): ସାରା ରାଜ୍ୟରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀ ଚିନ୍ତିତ ଥିବା ଦେଖିବାକୁ ମିଳିଛି। ଆଉ ଏହାରି ଭିତରେ ମଣ୍ଡି ଅବ୍ୟବସ୍ଥାକୁ ଚାଷୀ ତାତିଛନ୍ତି। ୩ ଅଧିକାରୀଙ୍କ ସମେତ ଲ୍ୟାମ୍ପ କର୍ମଚାରୀଙ୍କୁ ଏକ କୋଠରୀରେ ତାଲା ପକାଇଲେ ଚାଷୀ। ଏପରି ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଧାନ ମଣ୍ଡିରୁ।

Advertisment

ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଉତ୍ୟକ୍ତ ଚାଷୀ ଏକାଠି ହୋଇ ମଣ୍ଡି ପରିଚାଳନା କାର୍ଯ୍ୟରେ ଥିବା ଆରଏମସି, ଏଆରସିଏସ୍ ଓ ଏମଡି କ୍ୟାମ୍ପଙ୍କ ସହିତ କିଛି କର୍ମଚାରୀଙ୍କୁ ମଣ୍ଡି ପରିସରର ଏକ କୋଠରୀ ଭିତରେ ପୁରାଇ ତାଲା ପକାଇ ଦେଇଛନ୍ତି।

ଚାଷୀଙ୍କୁ ଏଯାଏଁ ଧାନ ଫସଲ ବିକ୍ରି ନିମନ୍ତେ ଟୋକନ୍ ଆସିନାହିଁ। ଆଉ କିଛି ଚାଷୀ ଏ ନେଇ ଆବେଦନ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପଞ୍ଜୀକରଣ ହୋଇନଥିବା ଅଭିଯୋଗ କରିଛନ୍ତି। ପରବର୍ତ୍ତୀ ସମୟରେ ପୁଲିସର ହସ୍ତକ୍ଷେପ ଯୋଗୁ ରାତି ପ୍ରାୟ ସାଢ଼େ ୯ଟା ବେଳେ କୋଠରୀ ଭିତରେ ଥିବା ଅଧିକାରୀଙ୍କୁ ବାହାର କରାଯାଇଥିଲା। କୋଠରୀରେ ବନ୍ଦ ଥିବା ଅଧିକାରୀ ଚାଷୀଙ୍କ ଠାରୁ ୫ ଦିନର ସମୟ ମାଗିଛନ୍ତି। ଯଦି ଏହାରି ଭିତରେ କୌଣସି ସମାଧାନ ନହୁଏ, ତାହେଲେ ଚାଷୀ ରାସ୍ତାରୋକ କରିବେ ବୋଲି କହିଛନ୍ତି।

Advertisment