Advertisment

ବାପାକୁ ବଞ୍ଚାଇବାକୁ ଯାଇ ପୁଅ ବି ଭାସିଗଲା

ରାୟଗଡ଼ା (ମନୋଜ ପାତ୍ର): ଗୋଡ଼ ଧୋଇବାକୁ ଯାଇ ଭାସିଗଲେ ବାପା। ବାପାକୁ ବଞ୍ଚାଇବାକୁ ଯାଇ ପୁଅ ବି ଭାସିଗଲା। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ାରେ। ରାୟଗଡ଼ାର ନାଗାବଳୀରେ ବାପପୁଅ ଭାସି ଯାଇଛନ୍ତି। ବାପା ଉଦ୍ଧାର ହୋଇଥିବା ବେଳେ ପୁଅ ନିଖୋଜ ଅଛି। ଆଜି ପାରଳାଖେମୁଣ୍ଡିରୁ ଏକ ପରିବାର ରାୟଗଡା ବୁଲିବା ପାଇଁ ଆସିଥିଲେ। ସେମାନେ ପ୍ରଥମେ ମଝି ଘରିଆଣି ମନ୍ଦିର ଦର୍ଶନ ସାରି ନାଗାବଳୀ ନଦୀ ଝୁଲା ପୋଲୋ ନିକଟକୁ ବୁଲିବା ପାଈଁ […]

ବାପାକୁ ବଞ୍ଚାଇବାକୁ ଯାଇ ପୁଅ ବି ଭାସିଗଲା

rayagada

Advertisment

ରାୟଗଡ଼ା (ମନୋଜ ପାତ୍ର): ଗୋଡ଼ ଧୋଇବାକୁ ଯାଇ ଭାସିଗଲେ ବାପା। ବାପାକୁ ବଞ୍ଚାଇବାକୁ ଯାଇ ପୁଅ ବି ଭାସିଗଲା। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ାରେ। ରାୟଗଡ଼ାର ନାଗାବଳୀରେ ବାପପୁଅ ଭାସି ଯାଇଛନ୍ତି। ବାପା ଉଦ୍ଧାର ହୋଇଥିବା ବେଳେ ପୁଅ ନିଖୋଜ ଅଛି।

Advertisment

ଆଜି ପାରଳାଖେମୁଣ୍ଡିରୁ ଏକ ପରିବାର ରାୟଗଡା ବୁଲିବା ପାଇଁ ଆସିଥିଲେ। ସେମାନେ ପ୍ରଥମେ ମଝି ଘରିଆଣି ମନ୍ଦିର ଦର୍ଶନ ସାରି ନାଗାବଳୀ ନଦୀ ଝୁଲା ପୋଲୋ ନିକଟକୁ ବୁଲିବା ପାଈଁ ଆସିଥିଲେ। ଏହି ସମୟରେ ବାପା କେ. ଶ୍ରୀନିବାସ ଗୋଡ଼ ଧୋଇବାକୁ ନଦୀ ଭିତରକୁ ଯାଇଥିଲେ। ହେଲେ ଏହି ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା। ଯାହା ଫଳରେ ସେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ।

ଏହି ସମୟରେ ତାଙ୍କ ପୁଅ କେ. ଜିତେନ୍ଦ୍ର ବାପାକୁ ବଞ୍ଚାଇବାକୁ ଯାଇ ପାଣିରେ ଭାସି ଯାଇଥିଲା। ସ୍ଥାନୀୟ ମାରିଗୁଡା ଗ୍ରାମବାସୀ ଉଦ୍ଧାର କାମ ଜାରି ରହିଛି। ଅଗ୍ନିଶମ ବାହିନୀ ନାଗାବଳୀ ନଦୀରେ ଖୋଜା ଖୋଜି ଚଳାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe