Ramamurthy Gamango
ପତ୍ନୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଧାୟକ। ହତ୍ୟାକାଣ୍ଡର ୨୮ ବର୍ଷ ପରେ ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତିା ପତ୍ନୀ ଶଶିରେଖା ଗମାଙ୍ଗଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱର ସ୍ପେଶାଲ କୋର୍ଟ।
୧୯୯୫ ମସିହାରେ ଗଣେଶ ଚତୁର୍ଥୀ ଦିନ ୟୁନିଟ-୪ MLA କଲୋନୀ କ୍ୱାର୍ଟର୍ସର ବାଥ ରୁମରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଶଶିରେଖାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପ୍ରଥମେ ଖାରବେଳନଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା ମାମଲା ରୁଜୁ କରି ସ୍ୱାମୀ ରାମମୂର୍ତ୍ତି ଗମାଙ୍ଗଙ୍କୁ ଗିରଫ କରି ଝାରପଡା ଜେଲକୁ ପଠାଇ ଦେଇଥିଲା।
ଏହାପରେ ହାଇକୋର୍ଟରୁ ଜାମନ ପାଇ ଜେଲରୁ ମୁକୁଳି ଥିଲେ ରାମମୂର୍ତ୍ତି। ଆଉ ଆଜି ଦୀର୍ଘ ୨୮ ବର୍ଷ ପରେ ମାମଲାର ବିଚାର କରି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ରାମମୂର୍ତ୍ତିଙ୍କୁ। ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ ଆଧାରରେ କୋର୍ଟ ଦୋଷୀ ପ୍ରମାଣିତ କରିଛନ୍ତି। ଆସନ୍ତା ମଙ୍ଗଳବାର ରାମମୂର୍ତ୍ତିଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1687622696.jpg)