Advertisment

୨୮ କିମି ଚାଲି ଚାଲି କନିଆ ଘରକୁ ଗଲା ବର

ବଡ଼ ନିଷ୍ପତ୍ତି ନେଲେ ପରିବାର ଲୋକ। ସାହି ଭାଇ ମଧ୍ୟ ସହଯୋଗ କରିଥିଲେ। ପୂର୍ବ ନିର୍ଦ୍ଧାରିତ ସମୟରେ ଘରୁ ବର ବେଶରେ ବାହାରିଲେ ପରେଶ। ସାଙ୍ଗରେ ଥିଲେ ପରିବାର ଲୋକ, ସମ୍ପର୍କୀୟ ଓ ସାହିଭାଇ।

ଅଦ୍ୟତନ ହୋଇଛି
Kalyansinghpur

Kalyansinghpur

Advertisment

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଆସିଲାନି ଗାଡ଼ି। ତେଣୁ ବାହା ହେବା ପାଇଁ ଚାଲି ଚାଲି ଗଲେ ବର। କିଟ୍‌ କିଟ୍‌ ଅନ୍ଧାର ରାତିରେ ୨୮ କିମି ଚାଲିବା ପରେ କନିଆ ଘରେ ପହଞ୍ଚିଲା ବର। ଏପରି ଚିତ୍ର ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରୁ। ଗୁରୁବାର ରାତିରେ ବାହାଘର ହୋଇଥିବା ବେଳେ ଆଜି ସନ୍ଧ୍ୟା ବେଳେ ଶାଶୂ ଘରକୁ ଯାଉଛନ୍ତି କନିଆଁ।

Advertisment

କଲ୍ୟାଣସିଂହପୁର ବ୍ଲକ୍‌ ସୁନାଖାଣ୍ଡି ପଞ୍ଚାୟତ ପାର୍ତିଗୁଦା ଗାଁର ପରେଶ ପ୍ରାସ୍‌କାଙ୍କର ବାହାଘର ସ୍ଥିର ହୋଇଥିଲା। ସେଥିପାଇଁ ବନ୍ଧୁବାନ୍ଧବରେ ଉଠୁଛି ଓ ପଡ଼ୁଛି ଘର। ଖୁସିର ମାହୋଲ୍‌ ଭିତରେ ହଠାତ୍‌ ଖେଳିଗଲା ନିରାଶାର କଳା ବାଦଲ। ଡ୍ରାଇଭର ସଂଘର ଆନ୍ଦୋଳ ଯୋଗୁ ଆସିଲାନି ଗାଡ଼ି। ହତବାକ ହୋଇପଡ଼ିଥିଲା ପୂରା ପରିବାର। ପ୍ରାୟ ୨୮ କିମି ଦୂରରେ ବଧୂ ବେଶରେ ଅପେକ୍ଷା କରିଥିବା ତୁଳସୀ କାଡ୍ରାକାଙ୍କ ପାଖକୁ କେମିତି ଯିବେ ପରେଶ? ସାହିଭାଇ ବରଯାତ୍ରୀ ହୋଇ ଯିବା ପାଇଁ ଗୋଡ଼ କାଢ଼ି ବସିଛନ୍ତି। ସେମାନେ କେମିତି ଯିବେ? ଏମିତି କେତେକଣ ଚିନ୍ତାରେ ଘାଣ୍ଟି ହେଉଥିଲେ ପରେଶ ଓ ତାଙ୍କ ପରିବାର।

ଶେଷରେ ବଡ଼ ନିଷ୍ପତ୍ତି ନେଲେ ପରିବାର ଲୋକ। ସାହି ଭାଇ ମଧ୍ୟ ସହଯୋଗ କରିଥିଲେ। ପୂର୍ବ ନିର୍ଦ୍ଧାରିତ ସମୟରେ ଘରୁ ବର ବେଶରେ ବାହାରିଲେ ପରେଶ। ସାଙ୍ଗରେ ଥିଲେ ପରିବାର ଲୋକ, ସମ୍ପର୍କୀୟ ଓ ସାହିଭାଇ। ସମସ୍ତେ ଏକ ଲକ୍ଷ୍ୟରେ କନିଆ ଘର ଅଭିମୁଖେ ବାହାରିଲେ। ପ୍ରାୟ ୨୮ କିମି ରାସ୍ତା ଚାଲି ଚାଲି ରାତି ପ୍ରାୟ ୩ଟା ବେଳେ କନିଆଁ ଘରେ ପହଞ୍ଚିଲେ ପରେଶ।

Advertisment

ଆଦିବାସୀ ପରମ୍ପରା ଅନୁସାରେ ପରେଶଙ୍କୁ ଶ୍ୱଶୁର ଘର ଲୋକେ କରିଥିଲେ ସ୍ୱାଗତ। ତା’ପରେ ରୀତିନୀତିରେ ଆରମ୍ଭ ହୋଇଥିଲା ବାହାଘର। ରାତିରେ ବାହାଘର ସରିଥିଲା। ତା’ପରେ ଭୋଜି ଭାତରେ ସମସ୍ତେ ମଜିଲେ। ରାତିର ପାଦ ଯନ୍ତ୍ରଣା ଯାଇନଥିବା ବେଳେ ବରଯାତ୍ରୀଙ୍କୁ ଫେରିବା ଚିନ୍ତା ଘାରିଥିଲା। କେମିତି ଘରକୁ ଫେରିବେ ବରଯାତ୍ରୀ? ତେଣୁ ଦିନ ସାରା କନିଆ ଘରେ ରହିଲେ ବର ଓ ବରଯାତ୍ରୀ।

ଶୁକ୍ରବାର ସନ୍ଧ୍ୟା ବେଳେ ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ ରହିଥିଲା। ଏହା ପରେ କନିଆ ଘର ପକ୍ଷରୁ ଗାଡ଼ି ଠିକ୍‌ ହୋଇଥିଲା। ତା’ପରେ ସମସ୍ତେ ଗାଡ଼ିରେ ଘରକୁ ଫେରିଥିଲେ।

ରିପୋର୍ଟ-ରାୟଗଡ଼ାରୁ ମାଉଡି ବାରିକ

Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe