Advertisment

ଏପ୍ରିଲ୍‌ ୧ରୁ ମାଆ ମଝିଘରିଆଣୀଙ୍କ ଚୈତ୍ର ପର୍ବ

ଏପ୍ରିଲ ୧ ତାରିଖରୁ ୫ ଦିନ ଧରି ଚାଲିବ ମାଆଙ୍କ ଉତ୍ସବ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

author-image
Manoranjan Sial
Maa Majhighariani

Maa Majhighariani

ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ଚୈତ୍ର ପର୍ବ ପାଳନ ପାଇଁ ଆଜି ଶୁଭ ଦିଆଯାଇଛି। ଏପ୍ରିଲ ୧ ତାରିଖରୁ ୫ ଦିନ ଧରି ଚାଲିବ ମାଆଙ୍କ ଉତ୍ସବ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ରୀତିନୀତି ଅନୁସାରେ ମାଆଙ୍କୁ ପୂଜାର୍ଚ୍ଚନା କରାଯିବ। ପରେ ମାଆଙ୍କ ଘଟ ଗାଁ ପରିକ୍ରମା କରିବ। ଏଥିସହ ନାମଯଜ୍ଞରେ ମାଆଙ୍କ ମନ୍ଦିର କମ୍ପି ଉଠିବ।

Advertisment

ମାଆଙ୍କ ଚୈତ୍ର ପର୍ବ ଦେଖିବାକୁ ରାଜ୍ୟ ଓ ରାଜ୍ୟ ବାହାରରୁ ହଜାର ହଜାର ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରେଳ ପଥରେ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ବସ୍‌ ସେବା ଯୋଗାଇ ଦିଆଯିବା ସହ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳାରେ ଯେପରି ପର୍ବ ସମ୍ପନ୍ନ ହେବ, ସେଥିପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟପସ୍ଥାକୁ କଡାକଡି କରାଯିବ। ମନ୍ଦିର ପରିଚାଳନା କମିଟି ସଭାପତି ରାଇସିଂହ ବିଡିକା ଏପରି ସୂଚନା ଦେଇଛନ୍ତି।

ରିପୋର୍ଟ- ରାୟଗଡ଼ାରୁ ମାଉଡି ବାରିକ

Rayagada Maa Majhighariani