Advertisment

ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ!

୩ ବର୍ଷ ତଳେ ତୟାପୁଟ ଗାଁର ସମ୍ବଡ଼ ଖଡ଼ିକାଯୋଡ଼ି ଗାଁର ସୁନୀତାଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ ବର୍ଷର ଏକ ଝିଅ ଅଛି।

Police Station

Police Station

Advertisment

ସ୍ତ୍ରୀକୁ ତଣ୍ଟି କାଟି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା।

Advertisment

ମୃତ ମହିଳାଙ୍କ ନାଁ ସୁନୀତା ମାଝି। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ସମ୍ବଡ଼ ମାଝି। ୩ ବର୍ଷ ତଳେ ତୟାପୁଟ ଗାଁର ସମ୍ବଡ଼ ଖଡ଼ିକାଯୋଡ଼ି ଗାଁର ସୁନୀତାଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ ବର୍ଷର ଏକ ଝିଅ ଅଛି।

ଆଜି ଅପରାହ୍ଣ ପ୍ରାୟ ଅଢ଼େଇଟା ବେଳେ ସମ୍ବଡ଼ ଖଡ଼ିକାଯୋଡ଼ି ଯାଇଥିଲେ ସ୍ତ୍ରୀ ସୁନୀତା ଓ ଝିଅଙ୍କୁ ଆଣିବାକୁ। ସେଠାରେ ସମ୍ବଡ଼ ଓ ସୁନୀତାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଝଗଡ଼ା ଚାଲିଥିବା ବେଳେ ସମ୍ବଡ଼ ଏକ ଛୁରୀରେ ସୁନୀତାଙ୍କ ତଣ୍ଟିକୁ କାଟି ଦେଇଥିଲେ। ଘଟଣାସ୍ଥଳରେ ସୁନୀତାଙ୍କର ମୃତ୍ୟୁ ଘଟିଥିଲା। ତା’ପରେ ସମ୍ବଡ଼ ସେଠାରୁ ନିଜ ଗାଁ ତୟାପୁଟ ଚାଲି ଯାଇଥିଲେ। ସେ ସେଠାରେ ନିଜ ତଣ୍ଟି କାଟି ଦେଇ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହା ପରେ ସମ୍ବଡ଼ଙ୍କୁ ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେ ସେଠାରେ ଚିକିତ୍ସାଧୀନ ଅଛନ୍ତି। ଟିକିରି ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

Advertisment
Odisha News Crime Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe