Advertisment

ସ୍ୱେଚ୍ଛାସେବୀ ସଂସ୍ଥାର ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା

ପୋଲ ଉପରେ ବାଇକ ସହିତ ପଡ଼ିଥିଲେ ଗୌରୀ ମିଶ୍ର।

Dead Person

Dead Person

Advertisment

ରାୟଗଡ଼ା ଜିଲ୍ଲା ଗୁଣପୁରର ସ୍ୱେଚ୍ଛାସେବୀ ସଂସ୍ଥା ‘ଆଶା’ର ନିର୍ଦ୍ଦେଶକ ଗୌରୀ ମିଶ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଶନିବାର ରାତିରେ ଏହି ଘଟଣା ଘଟିଛି।

Advertisment

ବଂଶଧାରା ପୋଲ ଉପରେ ବାଇକ୍ ସହିତ ସେ ପଡ଼ିଥିଲେ। ତାଙ୍କ ମୁହଁରେ ଗୁଳି ବାଜିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ତାଙ୍କୁ ଗୁଣପୁର ଡାକ୍ତରଖାନା ନେଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗୌରୀ ମିଶ୍ର ବାଇକରେ ଯାଉଥିବା ବେଳେ ତାଙ୍କୁ ଅତି ନିକଟରୁ ଗୁଳି କରାଯାଇଥିବା କୁହାଯାଉଛି। ତେବେ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କଲା, ସେନେଇ କିଛି ଜଣାପଡ଼ି ନାହିଁ। ପୁଲିସ ଘଟଣାର ଖୋଳତାଡ଼ କରୁଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିଛି।

Advertisment
Murder Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe