Advertisment

ଶୋଇଥିବା ବେଳେ ଗଳାକାଟି ଫେରାର୍

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଅମ୍ବାଦୋଲା ଥାନା ରଘୁବାରି ଗ୍ରାମରେ ଘଟିଛି ନୃଶଂସ ହତ୍ୟାକାଣ୍ଡ। ଉକ୍ତ ଗ୍ରାମର ଜଣେ ଯୁବକକୁ ଆଉଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିଙ୍କ ନା ହେଉଛି ଶିବ ଡଙ୍ଗୀରି। ଶିବ ଆଜି ଅପରାହ୍ନରେ ଖାଇ ସାରିବା ପରେ ନିଜ ଦୋକାନ ପିଣ୍ଡାରେ ଶୋଇ ଥିଲେ। ଏହି ସମୟରେ ପଡୋଶୀ ପତ୍ରାପଡା ଗ୍ରାମର ଜଣେ ବ୍ୟକ୍ତି ଆସି ଏକ ଧାରୁଆ ଅସ୍ତ୍ରରେ ଶିବ […]

ଶୋଇଥିବା ବେଳେ ଗଳାକାଟି ଫେରାର୍

rayagada

Advertisment

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଅମ୍ବାଦୋଲା ଥାନା ରଘୁବାରି ଗ୍ରାମରେ ଘଟିଛି ନୃଶଂସ ହତ୍ୟାକାଣ୍ଡ। ଉକ୍ତ ଗ୍ରାମର ଜଣେ ଯୁବକକୁ ଆଉଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିଙ୍କ ନା ହେଉଛି ଶିବ ଡଙ୍ଗୀରି।

Advertisment

ଶିବ ଆଜି ଅପରାହ୍ନରେ ଖାଇ ସାରିବା ପରେ ନିଜ ଦୋକାନ ପିଣ୍ଡାରେ ଶୋଇ ଥିଲେ। ଏହି ସମୟରେ ପଡୋଶୀ ପତ୍ରାପଡା ଗ୍ରାମର ଜଣେ ବ୍ୟକ୍ତି ଆସି ଏକ ଧାରୁଆ ଅସ୍ତ୍ରରେ ଶିବ ଡଙ୍ଗରିର ବେକ କାଟି ଦେଇଥିଲା। ଫଳରେ ପ୍ରବଳ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଟପଟ ହୋଇ ଶିବର ମୃତ୍ୟୁ ଘଟିଛି। ତେବେ ଏହି ନାରକୀୟ ହତ୍ୟାକାଣ୍ଡ ଘଟାଇବା ପରେ ବ୍ୟକ୍ତି ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶିବ ଡଙ୍ଗରିର ପରିବାର ଲୋକେ ଅମ୍ବାଦୋଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ରଘୁବାରି ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe