Advertisment

ଲାଲବାହିନୀର ଲଙ୍କାକାଣ୍ଡ, ଜାଳିଦେଲେ ୯ଟି ଗାଡ଼ି

ଗତକାଲି ରାତିରେ ୧୦ରୁ ଅଧିକ ସଶସ୍ତ୍ର ନକ୍ସଲ ଆସି କ୍ରସରରେ ଥିବା ୯ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ଅଦ୍ୟତନ ହୋଇଛି
Fire

Fire

Advertisment

ଲାଲ ବାହିନୀର ଲଙ୍କାକାଣ୍ଡ। ୯ଟି ଗାଡ଼ି ଜାଳିଦେଲେ ନକ୍ସଲ। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ସ୍ଥିତ କ୍ରସରରେ। ନକ୍ସଲ ଜାଳି ଦେଇଥିବା ଗାଡ଼ି ମଧ୍ୟରେ ଦୁଇଟି ପ୍ରୋକ୍ଲିନ, ୫ଟି ହାଇୱା ଓ ୨ ଟି ଲୋଡର ରହିଛି।

Advertisment

ଗତକାଲି ରାତିରେ ୧୦ରୁ ଅଧିକ ସଶସ୍ତ୍ର ନକ୍ସଲ ଆସି କ୍ରସରରେ ଥିବା ୯ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ପରେ ଘଟଣାସ୍ଥଳରେ ଏକ ପୋଷ୍ଟର ଛାଡ଼ି ଦେଇ ଯାଇଥିଲେ। ଏହି ପୋଷ୍ଟର ଉଲ୍ଲେଖ କରିଥିଲେ ଯେ, ଏହି କ୍ରସର ହେବାରୁ ପରିବେଶ ନଷ୍ଟ ହେଉଛି। ଚାଷ ଜମିରେ କ୍ଷତି ହେଉଛି। କ୍ରସର ଶବ୍ଦ ଯୋଗୁ ଛୁଆମାନଙ୍କ କାନ ଉପରେ ପ୍ରଭାବ ପକାଉଛି ଓ ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଛି।

ଏହି କ୍ରସରରେ ଯେପରି ମେସିନ ଗୁଡ଼ିରେ ନିଆଁ ଲଗାଇ ନଷ୍ଟ କରି ଦିଆଗଲା,ସେପରି ଅନ୍ୟ କ୍ରସରରେ ସମାନ ସ୍ଥିତି ହେବ ବୋଲି ନକ୍ସଲମାନେ ଧମକ ଦେଇଛନ୍ତି। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନି ।

Advertisment

ସୂଚନାଯୋଗ୍ୟ, ଦୁଇଦିନ ତଳେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ନାଏବ ସରପଞ୍ଚ ଓ ଗ୍ରାମବାସୀଙ୍କୁ ହତ୍ୟା କରିଥିଲେ ନକ୍ସଲ। ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲ ମାନେ ଏପରି କାଣ୍ଡ ଭିଆଇ ଥିବା ଜଣାପଡ଼ିଥିଲା।

Fire Breakout Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe