Advertisment

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳିକାର ଜୀବନ

ନାବାଳିକାର ମୃତ୍ୟୁପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

author-image
Tapaswini Nayak
undefined

Electric wire

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା ଗଠଳପଦର ପଞ୍ଚାୟତ ଅନ୍ତର୍ଗତ କୁକୁରଗୁଡା ଗାଁରେ ଏହି ଘଟଣା ଘଟିଛି। ମୃତ ନାବାଳିକା ଜଣଙ୍କ ହେଲେ ପ୍ରିୟା ନିମାଲ।

Advertisment

ଆଜି ସକାଳେ ପ୍ରିୟା ଗାଧୋଇବା ପରେ ଡ୍ରେସ୍ ଶୁଖାଇବା ପାଇଁ ନଳ କୂଅ ନିକଟରେ ଥିବା ପିଜୁଳି ଗଛ ନିକଟକୁ ଯାଇଥିଲେ। ପିଜୁଳି ଗଛ ଦେଇ ବିଦ୍ୟୁତ ତାର ଯାଇଥିଲା। ନାବାଳିକା ଜଣଙ୍କ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଗ୍ରାମବାସୀ ଲାଇନ କାଟି ନାବାଳିକାଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ।

ନାବାଳିକାଙ୍କ ମୃତ୍ୟୁ ପାଇଁ ବିଜୁଳି ବିଭାଗକୁ ଦାୟୀ କରିଛନ୍ତି ଗ୍ରାମବାସୀ। ମୃତ ନାବାଳିକାଙ୍କ ପରିବାରକୁ କ୍ଷତିପୂରଣ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।ପୁଲିସ ଓବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ନାବାଳିକାର ମୃତ୍ୟୁପରେ ଗାଁରେ ଶୋକର ଛାୟା ଖେଳିଯାଇଛି। 

Advertisment
Rayagada Electric Shok