/odisha-reporter/media/post_attachments/uploads/2022/02/rayagada.jpg)
rayagada
ରାୟଗଡ଼ା (ମାଉଡି ବାରିକ): ଅଳିଆ ଗଦାରୁ ମିଳିଲା ନବଜାତ ଶିଶୁ ପୁତ୍ର। ରାୟଗଡ଼ା ପୌରାଞ୍ଚଳ ଅନ୍ତର୍ଗତ ଆର.କେ ନଗର ସ୍ଥିତ ଝୋଡ଼ିଆ ସାହିର ଦୁଇ ନମ୍ବର ଗଳିରେ ଏକ ଅପରିତ୍ୟକ୍ତ ଅଳିଆ ଗଦାରୁ ନବଜାତ ଶିଶୁ ପଡିଥିବା ଦେଖିବାକୁ ମିଳିଥିଲା। ଉକ୍ତ ନବଜାତ ଶିଶୁ ପୁତ୍ର ଦେହରେ ପିମ୍ପୁଡି ଓ ଜନ୍ଦା ଘେରି ଯାଇଥିବା ହେତୁ ପିଲାଟି ମୂର୍ମୁଷ ଅବସ୍ଥାରେ ପଡିରହିଥିଲା।
Advertisment
ସ୍ଥାନୀୟ ଝୋଡ଼ିଆ ସାହିର ପି ରାଜେଶ ନାମକ ଜଣେ ଝାଡୁଦାର ଶିଶୁଟିକୁ ଉଦ୍ଧାର କରି ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ହେଲେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି ଜଣାପଡିଛି।
ତେବେ ପି ରାଜେଶ ଉକ୍ତ ଶିଶୁ ଶିଶୁ ପୁତ୍ରକୁ କାହାରିକୁ ନଦେଇ ନିଜର ସନ୍ତାନ ରୂପେ ତାକୁ ଲାଳନପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ଘଟଣା ବିଷୟରେ ଖବର ପାଇ ପୁଲିସ୍ ମେଡିକାଲରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି। ତେବେ ଏ ନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
