Advertisment

ଗ୍ୟାରେଜରୁ ଘରକୁ ଫେରୁଥିଲେ, ଯୁବକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଗୋବିନ୍ଦ ପରିବାରରେ ରୋଜଗାରିଆ ପୁଅ ଥିଲେ। ତାଙ୍କର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ଗ୍ୟାରେଜରୁ କାମ ସାରି ଘରକୁ ଫେରୁଥିବା ସମୟରେ ଜଣେ ଯୁବକଙ୍କ ଉପରେ ମାଡ଼ିଗଲା ଟ୍ରକ୍। ରାୟଗଡା ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର ଫରେଷ୍ଟ ପାର୍କ ଛକ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ନାମ ସି.ଏଚ ଗୋବିନ୍ଦ। ତାଙ୍କୁ ୩୦ ବର୍ଷ ହୋଇଥିଲା। ଗୋବିନ୍ଦଙ୍କ ଘର ଅଞ୍ଜିପେଟା ବୋଲି ଜଣାପଡ଼ିଛି।

Advertisment

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଗୋବିନ୍ଦ ଭାକୁରୁଗୁଡା ସ୍ଥିତ ଗ୍ୟାରେଜରୁ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଫରେଷ୍ଟ ପାର୍କ ଛକ ନିକଟରେ ଏକ ଟ୍ରକ୍‌ ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପରିବାର ଲୋକେ ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାତି ସାରା ରାସ୍ତାରେ ବସି ରହିଥିଲେ। ଆଜି ସକାଳେ ରାୟଗଡ଼ା ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ରାସ୍ତାରୋକ ହଟିଥିଲା। ରାସ୍ତରୋକ ଫଳରେ ରାୟଗଡ଼ା ଠାରୁ କାଶୀପୁର ଓ କୋରାପୁଟକୁ ଯାତାୟାତରେ ପ୍ରଭାବିତ ହୋଇଥିଲା। ଗୋବିନ୍ଦ ପରିବାରରେ ରୋଜଗାରିଆ ପୁଅ ଥିଲେ। ତାଙ୍କର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି।

Advertisment

Odisha Police Rayagada Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe