Advertisment

ଟିକା ନେଲେ ମରି ଯାଉଛନ୍ତି! ଭୟରେ ଗାଁ ଛାଡ଼ିଲେ ଲୋକେ

ରାୟଗଡ଼ା (ମନୋଜ ପାତ୍ର): କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟିକାକରଣ ହିଁ ଏକମାତ୍ର ରାମବାଣ ବୋଲି କୁହାଯାଉଛି। ଟିକାକରଣ ପ୍ରକ୍ରିୟାକୁ ଅଧିକ ଜୋରଦାର କରିବାକୁ ମଧ୍ୟ ସରକାର କରୁଛନ୍ତି। କିନ୍ତୁ ରାୟଗଡା ଜିଲ୍ଲାରେ ଏହି ଟିକାକରଣ ଫେଲ ମାରିଛି। ସଚେତନତା ଅଭାବରୁ ଏବେ ଗାଁ ଗଣ୍ଡାରେ ଟିକା ନା ଶୁଣିଲେ ଲୋକେ ଭୟରେ ତାଟିକବାଟ ପକାଉଥିବା ବେଳେ କେତେକ ସ୍ଥାନରେ ଲୋକେ ମେଡିକାଲ ଟିମ୍ଁ‌ ଦେଖିଲେ ଗାଁ ଛାଡି ଚାଲି ଯାଉଥିବା ଦେଖିବାକୁ ମିଳିଛି। କରୋନା […]

ଅଦ୍ୟତନ ହୋଇଛି
ଟିକା ନେଲେ ମରି ଯାଉଛନ୍ତି! ଭୟରେ ଗାଁ ଛାଡ଼ିଲେ ଲୋକେ

vaccine

Advertisment

ରାୟଗଡ଼ା (ମନୋଜ ପାତ୍ର): କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟିକାକରଣ ହିଁ ଏକମାତ୍ର ରାମବାଣ ବୋଲି କୁହାଯାଉଛି। ଟିକାକରଣ ପ୍ରକ୍ରିୟାକୁ ଅଧିକ ଜୋରଦାର କରିବାକୁ ମଧ୍ୟ ସରକାର କରୁଛନ୍ତି। କିନ୍ତୁ ରାୟଗଡା ଜିଲ୍ଲାରେ ଏହି ଟିକାକରଣ ଫେଲ ମାରିଛି। ସଚେତନତା ଅଭାବରୁ ଏବେ ଗାଁ ଗଣ୍ଡାରେ ଟିକା ନା ଶୁଣିଲେ ଲୋକେ ଭୟରେ ତାଟିକବାଟ ପକାଉଥିବା ବେଳେ କେତେକ ସ୍ଥାନରେ ଲୋକେ ମେଡିକାଲ ଟିମ୍ଁ‌ ଦେଖିଲେ ଗାଁ ଛାଡି ଚାଲି ଯାଉଥିବା ଦେଖିବାକୁ ମିଳିଛି।

Advertisment

କରୋନା ଟିକା ନେଲେ ଲୋକେ ମରିଯାଉଥିବା ଖବର ପ୍ରଚାରିତ ହେବା ଦ୍ୱାରା ଆଦିବାସୀ ଇଲାକାରେ ଲୋକେ ଟିକା ନେବାକୁ ଡରୁଛନ୍ତି। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇ ପୁଣିଥରେ ଟିକା ଦାନ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

ରାୟଗଡ଼ାଜିଲ୍ଲା କୋଲନରା ବ୍ଲକ କୈଳାସପୁର ପଞ୍ଚାୟତ ଅର୍ନ୍ତଗତ ଚମ୍ପାକଣା ଗାଁର ଅଧିକାଂଶ ଘରେ ଲୋକେ ନଥିବା ବେଳେ ଅନେକ ଘରେ ତାଲା ପଡ଼ିଛି। ଏହାର କାରଣ ହେଉଛି କରୋନା ଟିକା ଭୟ। ଟୀକା ଦେବା ନାଁ ଶୁଣିବା ମାତ୍ରେ ଲୋକେ ଘରଦ୍ୱାର ଛାଡି ଗାଁରୁ ଛୁ ମାରୁଛନ୍ତି।

Advertisment

ସ୍ୱାସ୍ଥ୍ୟ ବିଭାଗ ଟିମ୍ ଘଣ୍ଟା ଘଣ୍ଟା ଧରି ଗାଁରେ ଅପେକ୍ଷା କରିବା ପରେ ଟିକା ଦେଇନପାରି ଖାଲି ହାତରେ ଫେରି ଯାଉଛନ୍ତି। କେବଳ ଚମ୍ପାକଣା ନୁହେଁ ନିକଟସ୍ଥ କିଆଝୋଲା, ତରଳାବାଡ଼ି ସମେତ ଅନ୍ୟ କିଛି ଗ୍ରାମରେ ମଧ୍ୟ ଲୋକେ ଟିକା ନେବାକୁ ଭୟ କରୁଛନ୍ତି। ଟିକା ନେବା ଲୋକର ସ୍ୱାସ୍ଥ୍ୟ ଖରାପ ହେଉଥିବା ଓ ସେ କିଛିଦିନ ପରେ ମରି ଯାଉଥିବା ଖବର ପ୍ରଚାରିତ ହେବା ପରେ ଗାଁ ଗହଳିରେ ଏବେ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି ଓ ଲୋକେ ଟିକା ନେବାକୁ ମଙ୍ଗୁନାହାନ୍ତି।

ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗାଁ ଗହଳିରେ କରୋନ ଟିକା ଦେବା ପାଇଁ ସଚେତନ କରାଯାଉଥିବା କୁହାଯାଉଛି, ହେଲେ ଗାଁ ଗହଳିରେ ଏହାର କୌଣସି ପ୍ରଭାବ ପଡୁଥିବା ଲକ୍ଷ୍ୟ କରାଯାଉନାହିଁ। ଆଦିବାସୀ ଗ୍ରାମରେ କରୋନା ଟିକା ନେଲେ ଲୋକେ ଅସୁସ୍ଥ ହୋଇ ପଡିବା ସହ ମୃତ୍ୟୁ ବରଣ କରୁଥିବା ଗୁଜବ ପ୍ରଚାର ହେବାରେ ଲାଗିଛି। ଫଳରେ ଲୋକେ ଟିକା ନାଁ ଶୁଣିଲେ ଭୟଭୀତ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଲୋକଙ୍କ ମନରୁ ଏଭଳି ଭୟ ଦୂର କରିବା ସହ ଟିକା ପ୍ରତି ବିଶ୍ୱାସ ଜନ୍ମାଇବା ଆବଶ୍ୟକ ହୋଇ ପଡିଛି।

ଅନ୍ୟପଟେ ଏଭଳି ଘଟଣା ବାରମ୍ୱାର ଘଟୁଥିବା ସ୍ୱୀକାର କରିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ। ତେବେ ଗ୍ରାମାଞ୍ଚଳ ଗୁଡିକରେ ପୁଣି ବ୍ୟାପକ ସଚେତନତା ଆରମ୍ଭ କରାଯିବ ଏବଂ ଲୋକଙ୍କୁ ଟିକାକରଣ କରାଯିବ ବୋଲି କହିଛନ୍ତି ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ।

Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe