Advertisment

କଲରାପତରିଆ ବାଘ ଛାଲ ଜବତ, ଦୁଇ ଗିରଫ

ରାୟଗଡା ଜିଲ୍ଲା ଦେଇ ରାଇଥିବା ୩୨୬ ନମ୍ବର ଜାତୀୟ ରାଜପଥରରେ ଗୁରୁବାର ବିଳମ୍ୱିତ ରାତିରେ ପୁଲିସ୍‌ ପାଟ୍ରୋଲିଂ କରୁଥିଲା। ଠିକ୍‌ ସେହି ସମୟରେ କଲରାପତରିଆ ବାଘ ଛାଲ ଚାଲାଣ ନେଇ ବିଶେଷ ସୂତ୍ରରୁ ପୁଲିସ୍‌ ଖବର ପାଇଥିଲା।

Rayagada

Rayagada

Advertisment

ନାଇଟ୍‌ ପାଟ୍ରୋଲିଂ ବେଳେ ପୁଲିସ୍‌କୁ ମଳିଲା ବଡ଼ ସଫଳତା। ଗଞ୍ଜେଇ ସହ କଲରାପତରିଆ ବାଘ ଛାଲ ଜବତ କରିଛି ପୁଲିସ୍‌। ଏହି ଅଭିଯୋଗରେ ରାୟଗଡ଼ା ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ମୋବାଇଲ୍‌ ଓ ନଗଦ ଟଙ୍କା ଜବତ କରିଛି।

Advertisment

ରାୟଗଡା ଜିଲ୍ଲା ଦେଇ ରାଇଥିବା ୩୨୬ ନମ୍ବର ଜାତୀୟ ରାଜପଥରରେ ଗୁରୁବାର ବିଳମ୍ୱିତ ରାତିରେ ପୁଲିସ୍‌ ପାଟ୍ରୋଲିଂ କରୁଥିଲା। ଠିକ୍‌ ସେହି ସମୟରେ କଲରାପତରିଆ ବାଘ ଛାଲ ଚାଲାଣ ନେଇ ବିଶେଷ ସୂତ୍ରରୁ ପୁଲିସ୍‌ ଖବର ପାଇଥିଲା। ଏହା ପରେ ପୁଲିସ୍‌ ନାରାୟଣପୁର ନିକଟସ୍ଥ ଜଙ୍ଗଲ ପାଖରେ ଅଚାନକ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୬୪ କେଜି ଗଞ୍ଜେଇ ଜବତ କରିଥିଲା ପୁଲିସ୍‌। ଗଞ୍ଜେଇକୁ ଧରି ପୁଲିସ୍‌ ତନାଘନା କରୁଥିବା ବେଳେ କଲରାପତରିଆ ବାଘଛାଲ ମିଳିଥିଲା। ଏହି ମାମଲାରେ ପୁଲିସ୍‌ ସୌହୁଲା ମାଝୀ ଓ ନୌସେନା ମଲ୍ଲିକଙ୍କୁ ଗିରଫ କରିଥିଲା। ଏଥିସହ ସେମାନଙ୍କଠାରୁ ଦୁଇଟି ମୋବାଲ ଫୋନ୍‌ ଓ ନଗଦ ୯୨୦ ଟଙ୍କା ଜବତ କରିଥିଲା।

ଗିରଫ ଦୁଇ ଅଭିଯୁକ୍ତଙ୍କ ଘର ଗଜପତି ଜିଲ୍ଲା କଡ଼କିମା ଅଞ୍ଚଳ ବୋଲି ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା କହିଛନ୍ତି। ତେବେ ଜବତ ହୋଇଥିବା ବାଘଛାଲରେ ଗୁଳିବିଧ ଚିହ୍ନ ରହିଛି। ତେଣୁ କଲରାପତରିଆ ବାଘକୁ ଗୁଳିକରି ହତ୍ୟା କରାଯାଇଥିବା ପୁଲିସ୍‌ ସନ୍ଦେହ କରୁଛି। ତେବେ ଶିକାର ହୋଇଥିବା ବାଘଟିକୁ କେଉଁ ଜଙ୍ଗଲରେ ଶିକାର କରାଯାଇଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ସେହି ଦିଗରେ ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- ରାୟଗଡ଼ାରୁ ମାଉଡି ବାରିକ

Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe