Advertisment

ପରିବାରର ତିନିଜଣଙ୍କୁ ନିମର୍ମ ହତ୍ୟା ଘଟଣା, ୯ ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶ କାଏମ୍

ରାୟଗଡ଼ା (ମନୋଜ ପାତ୍ର): ରାୟଗଡା ପୁଟାସିଂ ଥାନା କିତ୍ତୁମ ଗାଁରେ ୨୦୧୬ ମସିହା ଜଘନ୍ୟ ହତ୍ୟା ଘଟଣାରେ ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୬ ମସିହାରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣାର ଆଜି ରାୟଗଡା ଜିଲ୍ଲା ଦୌରାଜଜ କୋର୍ଟରେ ଶୁଣାଣି ହୋଇଛି। ୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖରେ କିତ୍ତୁମ ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ବାପା, ମା ଓ ବଡ଼ ଝିଅକୁ ଏହି ଗ୍ରାମର ଜଣେ ନାବାଳକ ସମେତ ୯ […]

ଅଦ୍ୟତନ ହୋଇଛି
ପରିବାରର ତିନିଜଣଙ୍କୁ ନିମର୍ମ ହତ୍ୟା ଘଟଣା, ୯ ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶ କାଏମ୍

rayagada

Advertisment

ରାୟଗଡ଼ା (ମନୋଜ ପାତ୍ର): ରାୟଗଡା ପୁଟାସିଂ ଥାନା କିତ୍ତୁମ ଗାଁରେ ୨୦୧୬ ମସିହା ଜଘନ୍ୟ ହତ୍ୟା ଘଟଣାରେ ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୬ ମସିହାରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣାର ଆଜି ରାୟଗଡା ଜିଲ୍ଲା ଦୌରାଜଜ କୋର୍ଟରେ ଶୁଣାଣି ହୋଇଛି।

Advertisment

୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖରେ କିତ୍ତୁମ ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ବାପା, ମା ଓ ବଡ଼ ଝିଅକୁ ଏହି ଗ୍ରାମର ଜଣେ ନାବାଳକ ସମେତ ୯ ଜଣ ବ୍ୟକ୍ତି ଅପହରଣ କରି ନେଇ ଗାଁ ଦାଣ୍ଡରେ ବାନ୍ଧି ମାଡ଼ ମାରିବା ସହ ସେମାନଙ୍କର ଶରୀରର ବିଭିନ୍ନ ଅଙ୍ଗରେ ବିଷାକ୍ତ ଇଞ୍ଜେକ୍ସନ ଦେଇ ମାରିଦେବା ସହ ପୋତି ଦେଇଥିଲେ।

ଏହାପରେ ପ୍ରମାଣକୁ ଲୁଚାଇବା ପାଇଁ ପୋତାଯାଇଥିବା ସ୍ଥାନରୁ ମୃତଦେହକୁ ଆଣି ପୋଡି ଦେଇଥିଲେ। ଏହି ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିଲେ ପରିବାରର ସାନ ଝିଅ। ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ହତ୍ୟା ଘଟଣାରେ ସେତେବେଳେ ପୁଟାସିଂ ପୁଲିସ୍‍ ଜଣେ ନାବାଳକ ସମେତ ୯ ଜଣକୁ ଗିରଫ କରିଥିଲା ।

Advertisment

ଏହି ମାମଲାର ଶୁଣାଣି କରି ୨୦୧୯ ମସିହା ଏପ୍ରିଲ ୧୩ ତାରିଖରେ ଗୁଣପୁର ଅତିରିକ୍ତ ଦୌରାଜଜ୍ ୯ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଏହାର ବିରୋଧରେ ଅଭିଯୁକ୍ତ ମାନେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ହାଇକୋର୍ଟ ଏହାର ପୁନଃବିଚାର ପାଇଁ ରାୟଗଡା ଜିଲ୍ଲା ଦୌରାଜର୍ଜ କୋର୍ଟକୁ ନିର୍ଦ୍ଦେଶ ଦେବା ପରେ ଏହି କୋର୍ଟରେ ମାମଲା ଚାଲୁଥିଲା। ତେବେ ଆଜି ଏହି ମାମଲାର ଶୁଣାଣୀ ହୋଇ ରାୟ ପ୍ରକାଶ ପାଇଛି।

ଜିଲ୍ଲା ଦୌରାଜଜ ଏହି ମାମଲାର ଶୁଣାଣୀ କରି ୯ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଥିବା କହିଛନ୍ତି ସରକାରୀ ଓକିଲ। ତେବେ ଏହି ମାମଲରେ କୌଣସି ପ୍ରତ୍ୟକ୍ଷ ସାକ୍ଷୀ ପ୍ରମାଣ ନଥିବା ଦର୍ଶାଇ ହାଇକୋର୍ଟରେ ଅପିଲ କରାଯିବ ବୋଲି କହିଛନ୍ତି ପ୍ରତିପକ୍ଷ ଓକିଲ। ଅନ୍ୟପକ୍ଷେ ଏଭଳି ଘଟଣା ନିଶ୍ଚିତ ଭାବେ ଭୁଲ ବୋଲି ସ୍ୱୀକାର କରିଛନ୍ତି ଅଭିଯୁକ୍ତଙ୍କ ସମ୍ପର୍କୀୟ। କୋର୍ଟଙ୍କ ଏହି ରାୟକୁ ନେଇ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ସମ୍ପର୍କୀୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe