Advertisment

ରସିକିଆ ଯନ୍ତ୍ରୀ; ୪ ସ୍ତ୍ରୀଙ୍କ ସ୍ୱାମୀ, ମ୍ୟାଟ୍ରିମୋନୀରେ ଖେଳ କରୁଥିଲା!

ସୁନିତାଙ୍କୁ ଦିଆଯାଇଥିଲା ଅକଥନୀୟ ଯୌତୁକ ନିର୍ଯାତନ। ସୁନିତାଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜାଣିବା ପରେ ବହୁ ବୁଝାସୁଝା କରିଥିଲେ। ଏପରିକି ୩ ଲକ୍ଷ ଟଙ୍କାର ଚେକ୍‌ ଦେଇଥିବା ଅଭିଯୋଗ ହୋଇଛି। ଏହା ସତ୍ତ୍ୱେ ନିର୍ଯାତନା କମିବା ପରିବର୍ତ୍ତେ ବଢ଼ିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Sunita and Gopinath

Sunita and Gopinath

ରସିକିଆ ଯନ୍ତ୍ରୀ! ମ୍ୟାଟ୍ରିମୋନୀରେ ଖାଳ କରୁଥିଲା! ଯୁବତୀଙ୍କୁ ଫସାଇ ବାହା ହେଉଥିଲା! ଜଣେ କି ଦୁଇ ଜଣେ ନୁହେଁ, ୪ ଜଣଙ୍କୁ ପ୍ରେମ ବିବାହ କରିଥିଲା। ପରେ ନିଜ ନିଜ ଜାଲରେ ନିଜେ ଫସିଗଲା। ଶେଷରେ ଗିରଫ ହୋଇ ଜେଲ୍‌ ଗଲା। ଏପରି ଜଣେ ରସିକିଆ ଯନ୍ତ୍ରୀ ହେଲେ କାଶୀପୁର ବ୍ଲକ୍‌ PWD (କୋଠା ବାଡ଼ି ରାସ୍ତା ନିର୍ମାଣ ବିଭାଗ)ର ଯନ୍ତ୍ରୀ ହେଉଛି ଗୋପୀନାଥ କିଷାନ୍‌।

Advertisment

ଗୋପୀନାଥ କିଷାନ୍‌ଙ୍କ ପେଶାରେ ଯନ୍ତ୍ରୀ ହେଲେ ମଧ୍ୟ ନିଶା କିନ୍ତୁ ଲଭ୍‌, ରୋମାନ୍ସ ଓ ଧୋକା ଦେବା। ସେଥିପାଇଁ ସେ ମ୍ୟାଟ୍ରିମୋନୀକୁ ନିଜର ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରୁଥିଲା। ମାଟ୍ରିମୋନି ସେ ନିଜ ନାଁ ରେଜିଷ୍ଟ୍ରେସନ୍‌ କରୁଥିଲା। ନିଜକୁ ଅବିବାହିତ ବୋଲି ଦର୍ଶାଉଥିଲା। ପ୍ରୋଫାଇଲ୍‌ରେ ସରକାରୀ ଚାକିରିଆ ଦର୍ଶାଉଥିଲା। ଏହାର ସୁଯୋଗ ନେଇ ବହୁ ଯୁବତୀ ତାଙ୍କୁ ଦେଉଥିଲେ ବିବାହ ପ୍ରସ୍ତାବ। ସେମାନଙ୍କୁ ଭିତରୁ ସେ ଜଣକୁ ଚୟନ କରୁଥିଲା। ପରେ କଥାବାର୍ତ୍ତା କରୁଥିଲା। କଥାବାର୍ତ୍ତା ଆଗେଇବା ପରେ ବିବାହ ପ୍ରସ୍ତାବ ଦେଇ ବିବାହ କରୁଥିଲା।

ବାହାଘର ପରେ ଉପଭୋଗ କରୁଥିଲା! ତା’ପରେ ଦୂରେଇବା ପାଇଁ ଚେଷ୍ଟା କରୁଥିଲା। ସେଥିପାଇଁ ଦେଇଥିଲା ଅକଥନୀୟ ନିର୍ଯାତନା। ଯେଉଁଥିପାଇଁ ତା’ର ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତେବେ ଦ୍ୱିତୀୟ ଓ ତୃତୀୟ ସ୍ତ୍ରୀ ଜୀବନ ବିକଳରେ ଘର ଛାଡ଼ି ପଳାଇ ଯାଇଥିବା ଅଭିଯୋଗ ହୋଇଛି। ତିନିଟା ସ୍ତ୍ରୀଙ୍କୁ ଫସାଇ ବିବାହ କରିବା ପରେ ରସିକିଆ ଯନ୍ତ୍ରୀଙ୍କ ମନ ବୁଝିନଥିଲା। ପୁଣି ଥରେ ମ୍ୟାଟ୍ରିମୋନିଆଲ୍‌ରେ ଜାଲ ବିଛାଇଥିଲେ। ଏଥର ତା’ ଜାଲରେ ପଡ଼ିଥିଲେ ଛତିଶଗଡ଼ର ଜଣେ ଯୁବତୀ।

Advertisment
Sunitaପରିବାର ଲୋକଙ୍କ ସହ ଥାନାରେ ଅଭିଯୋଗ କରିବା ପାଇଁ ଆସିଛନ୍ତି ସୁନିତା

ସେ ହେଉଛନ୍ତି ରାୟଗଡ଼ ଜିଲ୍ଲା ଘଟିକିପାଲି ଗାଁର ସୁନିତା କିଷାନ। ସେ ମେଟ୍ରୋମୋନି ସାଇଟ୍‌ରେ ଗୋପୀନାଥଙ୍କ ସହିତ ସମ୍ପର୍କ ଯୋଡିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗାଢ଼ି ଉଠିଥିଲା। ଉଭୟ ପରିବାର ଲୋକଙ୍କ ସହମତିରେ ୨୦୨୨ ‍ଫେବ୍ରୁଆରୀ ୫ ତାରିଖରେ ଝାରସୁଗୁଡା ସ୍ଥିତ ଝାଡେସ୍ୱର ମନ୍ଦିରରେ ବାହାଘର ହୋଇଥିଲା। ହେଲେ ବୈବାହିକ ଜୀବନ ମାତ୍ର ପାଞ୍ଚ ମାସ ତିଷ୍ଠି ଥିଲା। ତା’ପରେ ତିକ୍ତତା ଦେଖା ଦେଇଥିଲା।

ସୁନିତାଙ୍କୁ ଦିଆଯାଇଥିଲା ଅକଥନୀୟ ଯୌତୁକ ନିର୍ଯାତନ। ସୁନିତାଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜାଣିବା ପରେ ବହୁ ବୁଝାସୁଝା କରିଥିଲେ। ଏପରିକି ୩ ଲକ୍ଷ ଟଙ୍କାର ଚେକ୍‌ ଦେଇଥିବା ଅଭିଯୋଗ ହୋଇଛି। ଏହା ସତ୍ତ୍ୱେ ନିର୍ଯାତନା କମିବା ପରିବର୍ତ୍ତେ ବଢ଼ିଥିଲା। ତେବେ ନିର୍ଯାତନା ଅସହ୍ୟ ହେବାରୁ ସୁନିତା ୨୦୨୨ ଜୁନ୍‌ ୨୮ ତାରିଖରେ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଉଭୟଙ୍କୁ ଡାକି ଆପୋଷ ବୁଝାମଣା କରି ଦେଇଥିଲେ। ହେଲେ ଉଭୟଙ୍କ ଭଙ୍ଗା ମନ ଯୋଡ଼ିନଥିଲା। ଗୋପୀନାଥ ତାଙ୍କୁ ପୁନର୍ବାର ନିର୍ଯାତନା ଦେଇଥିଲେ। ସେହି ସମୟରେ ଗୋପୀନାଥଙ୍କ କଳଙ୍କିତ ଅତୀତ ସମ୍ପର୍କରେ ଜାଣିବାକୁ ପାଇଥିଲେ ସୁନିତା। ତାଙ୍କ ସ୍ୱାମୀଙ୍କର ସେ ଚତୁର୍ଥ ସ୍ତ୍ରୀ ବୋଲି ଜାଣିବାକୁ ପାଇଥିଲେ। ଅର୍ଥାତ ସୁନିତାଙ୍କୁ ବିବାହ କରିବା ପୂର୍ବରୁ ଗୋପୀନାଥ ୩ ଜଣଙ୍କୁ ଜାଲିଆତି କରି ବିବାହ କରିଥିଲେ ବୋଲି ଜାଣିବାକୁ ପାଇଥିଲେ।

ସୋମବାର ସୁନିତା ଏନେଇ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ନଂ.୪୯୮/ ୨୯୪/ ୩୨୩/ ୩୦୭/ ୫୦୬/ ୪୯୪/ ୩୪ ଆଇପିସିରେ ମାମଲା ରୁଜୁ କରି ରସିକିଆ ଯନ୍ତ୍ରୀଙ୍କୁ ଉଠାଇ ଆଣିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି।

ରିପୋର୍ଟ- ରାୟଗଡ଼ାରୁ ମାଉଡି ବାରିକ

Love Rayagada