Advertisment

ପୁଅର ମୃତଦେହ ମିଳିଲା, ବାପା ଏବେବି ନିଖୋଜ

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ାରେ ନାଗାବଳୀ ନଦୀ ଝୁଲାପୋଲୋ ନିକଟରୁ ରବିବାର ଭାସି ଯାଇଥିବା ବାପ ପୁଅଙ୍କ ମଧ୍ୟରୁ ବର୍ତ୍ତମାନ ପୁଅର ମୃତ ଦେହ ମିଳିଛି। ରାୟଗଡ଼ା ଠାରୁ ୩ କିଲୋମିଟର ବେହେରା ଗୁଡା ନିକଟରୁ ପୁଅ କେ. ଜିତେନ୍ଦ୍ରର ମୃତ ଦେହକୁ ଅଗ୍ନିଶମ ବିଭାଗ ଖୋଜାଖୋଜି କରି ଠାବ କରିଛି। ତେବେ ନିଖୋଜ ଥିବା କେ. ଶ୍ରୀନିବାସଙ୍କ ପତ୍ତା ଏଯାଏ ମିଳିପାରି ନାହିଁ। ଗତକାଲି କସ୍ତୁରୀ ଶ୍ରୀନୁ ଓ ତାଙ୍କ ପରିବାରର ୧୬ ଜଣ ଦୁଇଟି […]

ପୁଅର ମୃତଦେହ ମିଳିଲା, ବାପା ଏବେବି ନିଖୋଜ

rayagada

Advertisment

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ାରେ ନାଗାବଳୀ ନଦୀ ଝୁଲାପୋଲୋ ନିକଟରୁ ରବିବାର ଭାସି ଯାଇଥିବା ବାପ ପୁଅଙ୍କ ମଧ୍ୟରୁ ବର୍ତ୍ତମାନ ପୁଅର ମୃତ ଦେହ ମିଳିଛି। ରାୟଗଡ଼ା ଠାରୁ ୩ କିଲୋମିଟର ବେହେରା ଗୁଡା ନିକଟରୁ ପୁଅ କେ. ଜିତେନ୍ଦ୍ରର ମୃତ ଦେହକୁ ଅଗ୍ନିଶମ ବିଭାଗ ଖୋଜାଖୋଜି କରି ଠାବ କରିଛି। ତେବେ ନିଖୋଜ ଥିବା କେ. ଶ୍ରୀନିବାସଙ୍କ ପତ୍ତା ଏଯାଏ ମିଳିପାରି ନାହିଁ।

Advertisment

ଗତକାଲି କସ୍ତୁରୀ ଶ୍ରୀନୁ ଓ ତାଙ୍କ ପରିବାରର ୧୬ ଜଣ ଦୁଇଟି ଗାଡିରେ ରାୟଗଡା ବୁଲିବାକୁ ଆସି ପ୍ରଥମେ ମଝିଘରିଆଣୀ ମନ୍ଦିରକୁ ଯାଇଥିଲେ। ସେଠାରୁ ଦର୍ଶନ ସାରି ଝୁଲାପୋଲ ବୁଲିବାକୁ ଆସିଥିଲେ । ଏହି ସମୟରେ କସ୍ତୁରୀ ଶ୍ରୀନୁ ଗୋଡ ଧୋଇବା ପାଇଁ ନଦୀ ଭିତରକୁ ପଶିଥିଲେ। ହେଲେ ଗୋଡ଼ ଖସି ଯିବାରୁ ସେ ଭାସି ଯାଇଥିଲେ। ବାପା ଭାସି ଯାଉଥିବା ଦେଖି କୂଳରେ ଥିବା ପୁଅ ଜିତେନ୍ଦ୍ର ବାପାକୁ ଉଦ୍ଧାର କରିବା ପାଇଁ ପାଣି ଭିତରକୁ ପଶିଥିଲେ। ହେଲେ ନାଗାବଳୀର ପ୍ରଖର ସ୍ରୋତରେ ସେ ବି ଭାସି ଯାଇଥିଲେ।

ବାପ-ପୁଅ ଦୁହେଁ ଭାସି ଯାଇଥିବା ଦେଖି ସାଙ୍ଗରେ ଥିବା ପରିବାର ଲୋକେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତା ନେଇଥିଲେ। ତେବେ କୌଣସି ଫଳ ନମିଳିବାରୁ ସନ୍ଧ୍ୟାରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ନଦୀ ଭିତରେ ପଶି ବହୁତ ଖୋଜାଖୋଜି କରିଥିଲେ ବି ବାପ-ପୁଅ ଦୁହିଁଙ୍କ କୌଣସି ପତ୍ତା ମିଳିପାରି ନଥିଲା। ଗତକାଲି ରାତିରୁ ଅଗ୍ନିଶମ ବାହିନୀ ଖୋଜା ଖୋଜି ଚଳାଇ ଥିବାବେଳେ ବର୍ତ୍ତମାନ ପୁଅର ମୃତଦେହ ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe