Advertisment

ବାପାଙ୍କୁ ଗୁଳି କରି ମାରିଦେଲା ପୁଅ

ଟଣାଓଟରା ଭିତରେ ହଠାତ୍‌ ବନ୍ଧୁକରେ ଲୋଡ ହୋଇଥିବା ଗୋଟିଏ ଗୁଳି ଫୁଟିଯିବା ସହ ସିଧା ଯାଇ କାନ୍ତିନଙ୍କ ଦେହରେ ବାଜିଥିଲା।

author-image
Hemant Lenka
Odisha

Odisha

ପାରିବାରିକ କଳହରୁ ଘଟିଛି ଜଘନ୍ୟକାଣ୍ତ। ପୁଅର ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ବାପା। ରାୟଗଡା ଜିଲା ପୁଟାସିଂ ଥାନା ଗୁଡ଼ି ଗାଁରେ ଘଟିଛି ଏଭଳି ଘଟଣା। ପୁଲିସ୍‌ ଏହି ଘଟଣାରେ ଅଭିଯୁକ୍ତ ପୁଅକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ବାପା କାନ୍ତିନ ଓ ପୁଅ ମେଜ ମଧ୍ୟରେ କୌଣସି କାରଣକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତିତର୍କ ଭୟଙ୍କର ରୂପ ନେବା ସହ ବାପା କାନ୍ତିନ ନିଜ ସହ ବନ୍ଧୁକ ଧରି ଘରକୁ ଆସିଥିଲେ। ତେବେ ପୁଅ ମେଜ ବାପାଙ୍କ ହାତରେ ବନ୍ଧୁକ ଦେଖି ଡରି ଯାଇଥିଲା।

ସେ ବାପାଙ୍କ ଠାରୁ ବନ୍ଧୁକ ଛଡ଼ାଇବାକୁ ମଧ୍ୟ ଚେଷ୍ଟା କରିଥିଲା। ଏହି ଟଣାଓଟରା ଭିତରେ ହଠାତ୍‌ ବନ୍ଧୁକରେ ଲୋଡ ହୋଇଥିବା ଗୋଟିଏ ଗୁଳି ଫୁଟିଯିବା ସହ ସିଧା ଯାଇ କାନ୍ତିନଙ୍କ ଦେହରେ ବାଜିଥିଲା। ଗୁଳିମାଡ଼ ଯୋଗୁ ସେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଥିସହ ମେଜକୁ ଥାନାକୁ ନେଇ ଅଟକ ରଖାଯାଇଛି। ପୁଲିସ୍‌ କାନ୍ତିନଙ୍କ ଶବ ବ୍ୟବଚ୍ଛେଦ ପାଇଁ ଏହାକୁ ଗୁଣୁପୁର ଆଣିଛି।

ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ପ୍ରକୃତରେ କ’ଣ ପାଇଁ ବାପା-ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ତା’ର ଯାଞ୍ଚ ପୁଲିସ୍‌ ଆରମ୍ଭ କରିଛି। ତେବେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।

ରିପୋର୍ଟ: ଗୁଣୁପୁରରୁ ଇନ୍ଦ୍ରଜିତ କୁମାର ପଣ୍ଡା

Odisha Rayagada Firing