Advertisment

ଟ୍ରାକ୍ଟର ଡାଲା ପଛରେ ପିଟି ହୋଇଗଲେ ଶିକ୍ଷକ, ଚାଲିଗଲା ଜୀବନ

ମୃତ ଶିକ୍ଷକ ଜଣଙ୍କ ହେଉଛନ୍ତି ରାମକୃଷ୍ଣ ଶବର। ତାଙ୍କ ଘର ଗୁଣୁପୁର ଥାନା ପାଣ୍ଡ୍ରାଝାଲି ପଞ୍ଚାୟତର ପଣଷଗୁଡ଼ା ଗାଁରେ।

author-image
Jitendra Garnayak
Dead Teacher

Dead Teacher

ଟ୍ରାକ୍ଟର ଡାଲା ପଛରେ ଏକ ବାଇକ୍ ପିଟି ହୋଇଯିବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଶନିବାର ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ବରଡ଼ାଗୁଡ଼ା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ମୃତ ଶିକ୍ଷକ ଜଣଙ୍କ ହେଉଛନ୍ତି ରାମକୃଷ୍ଣ ଶବର। ତାଙ୍କ ଘର ଗୁଣୁପୁର ଥାନା ପାଣ୍ଡ୍ରାଝାଲି ପଞ୍ଚାୟତର ପଣଷଗୁଡ଼ା ଗାଁରେ। ସେ ମୁନିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଥିଲେ ବୋଲି ସୂଚନା ମିଳିଛି।

ରାମକୃଷ୍ଣ ଆଜି ମୁନିଗୁଡ଼ାରୁ ତାଙ୍କ ଘରକୁ ଫେରୁଥିବା ବେଳେ ଟ୍ରାକ୍ଟର ଡାଲା ପଛରେ ପିଟି ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment

ସ୍ଥାନୀୟ ଲୋକେ ଏହି ଘଟଣା ନେଇ ବିଷମ କଟକ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଶବକୁ ଜବତ କରି ଘଟଣାର ତଦନ୍ତ କରୁଛି।

Accident Roadaccident Road Accident Death