nmk
କଲ୍ୟାଣସିଂହପୁର(ଓଡ଼ିଶା ରିପୋର୍ଟର):କୋଭିଡ଼ ଟେଷ୍ଟକୁ ବିରୋଧ କଲେ ଡ଼ଙ୍ଗରିଆ କନ୍ଧ। ନିୟମଗିରିରେ କରୋନା ବୋଲି କିଛି ନାହିଁ। ଆମେ ନିୟମ ରାଜାକୁ ପୂଜା କରୁଛୁ । ତେଣୁ ଆମର କିଛି ହେବାର ନାହିଁ ବୋଲି କହିଛନ୍ତି ନିୟମଗିରି ସୁରକ୍ଷା ମଞ୍ଚ ସଭାପତି ସିକକା ଲଦ।
ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ ଅଞ୍ଚଳ ପାରସାଲି ପଞ୍ଚାୟତରେ ଆଜି କୋଭିଡ୍ ଟେଷ୍ଟ କରିବାକୁ ଯାଇଥିବା ଟିମକୁ ଏମିତି କହି ଫେରାଇ ଦେଇଥିଲେ। ବିଡିଓଙ୍କ ସହିତ ଏକ ମେଡିକାଲ୍ ଟିମ୍ ପାରସାଲୀ ଠାରେ କ୍ୟାମ୍ପ କରି ଭୂତାଣୁ ପରୀକ୍ଷା କରିବା ନିମନ୍ତେ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ କେହି ଡ଼ଙ୍ଗରିଆ କନ୍ଧ ସହଯୋଗ କରି ନଥିଲେ।
ଫଳରେ ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି। ଏନେଇ ବୁଝାସୁଝା କରିବାକୁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି କଲ୍ୟାଣସିଂହପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲୁଚାରଣ ନାୟକ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/05/nmk.jpg)