Advertisment

ପରିବାର ଲୋକେ ଯାଇଥିଲେ ପୁରୀ, ଘରେ ବୁଲିଲା କଳାକନା

ସୁଜିତଙ୍କ ପରିବାର ଗତକାଲି ଟ୍ରେନ୍‌ ଯୋଗେ ରାୟଗଡ଼ାରେ ପହଞ୍ଚିଥିଲେ। ଏହାପରେ ଘରେ ପହଞ୍ଚିବାରୁ ତାଲା ଭଙ୍ଗା ଯାଇଥିବା ବେଳେ ଜିନିଷ ଚାରିଆଡ଼େ ପଡ଼ିଥିବା ଦେଖିବାକୁ ପାଇଲେ।

Loot

Loot

Advertisment

ଘର ଲୋକ ପୁରୀ ବୁଲି ଯାଇଥିବା ବେଳେ ଘରେ କଳାକନା ବୁଲାଇ ଦେଲେ ଚୋର। ସୁନା, ରୂପା ସହ ନଗଦ ଟଙ୍କାକୁ ମିଶାଇ ପ୍ରାୟ ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ପରିବାର ଲୋକେ ଘରକୁ ଫେରି ତାଲା ଭଙ୍ଗା ହୋଇଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ଲୁଟେରାଙ୍କ ସୁରାଗ ମିଳିପାରିନି। ଏପରି ଏକ ଚୋରି ରାୟଗଡା ସହରର ବ୍ୟାଙ୍କ କଲୋନୀରେ ରହୁଥିବା ରେଳ କର୍ମଚାରୀ ସୁଜିତ କୁମାରଙ୍କ ଘରୁ ହୋଇଛି।

Advertisment

ସୁଜିତ କୁମାର ପରିବାର ସହ ଗତ ୧୯ ତାରିଖରେ ପୁରୀ ବୁଲି ଯାଇଥିଲେ। ଫଳରେ ଘରେ ତାଲା ଝୁଲୁଥିଲା। ଘରେ କେହି ନ ଥିବା ସୁଯୋଗରେ ଉକ୍ତ ରାତିରେ ୨ ଚୋର ତାଲା ଭାଙ୍ଗି ତାଙ୍କ ଘରେ ପଶିଥିଲେ। ସେମାନେ ପ୍ରାୟ ଅଧ ଘଣ୍ଟା ମଧ୍ୟରେ ଆଲମାରି ଭାଙ୍ଗି ସାତ ଭରି ସୁନା ଗହଣା, ୨୦ ହଜାର ନଗଦ ଟଙ୍କା ଓ ୬୦୦ଗ୍ରାମ ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟ୍‌ ସାମଗ୍ରୀର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ସୁଜିତଙ୍କ ପରିବାର ଗତକାଲି ଟ୍ରେନ୍‌ ଯୋଗେ ରାୟଗଡ଼ାରେ ପହଞ୍ଚିଥିଲେ। ଏହାପରେ ଘରେ ପହଞ୍ଚିବାରୁ ତାଲା ଭଙ୍ଗା ଯାଇଥିବା ବେଳେ ଜିନିଷ ଚାରିଆଡ଼େ ପଡ଼ିଥିବା ଦେଖିବାକୁ ପାଇଲେ। ଚୋରି ହୋଇଥିବା ଜାଣି ସେମାନେ ପୁଲିସ୍‌କୁ ଖବର ଦେଇଥିଲେ।

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳ ଡଗ୍‌ ସ୍କ୍ୱାର୍ଡ ବି ତଦନ୍ତ କରିଥିବା ଜଣାଯାଇଛି। ସୁଜିତଙ୍କ ଘର ସମ୍ମୁଖରେ ଲାଗିଥିବା ସିସିଟିଭିରୁ ୨ ଜଣ ଚୋର ଘରେ ତାଲା ଭାଙ୍ଗି ପଶୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ତେବେ ସେମାନଙ୍କୁ ଚିହ୍ନଟ କରାଯାଇ ନ ଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ଥାନାଧିକାରୀ କହିଛନ୍ତି।

Gold Thief Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe