/odisha-reporter/media/post_attachments/uploadimage/library/16_9/16_9_0/loot_1674182914.jpg)
loot
ଘରେ କେହି ନଥିବା ବେଳେ ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇ ଦେଲେ ଡକାୟତ। ଘରେ ପଶି ୬ଟି ଆଲମିରା ତାଡି ୯ ଲକ୍ଷ ଟଙ୍କା ଓ ୭୮୦ ଗ୍ରାମ ସୁନା ଅଳଙ୍କାର ନେଇ ଯାଇଥିବା ଅଭିଯୋଗ ହୋଇଛି। ରାୟଗଡ଼ ସହରରେ ଏପରି ଘଟଣା ଘଟିଛି।
Advertisment
ସହରର ବ୍ୟାଙ୍କ କଲୋନୀରେ ରହୁଥିବା ବ୍ୟବସାୟୀ କେନ୍ତାଲି ସାଇ ଶ୍ରୀନିବାସ ରାଓ ମକର ସଂକ୍ରାନ୍ତି ଅବସରରେ ନିଜ ପରିବାର ସହ ବାହାରକୁ ବୁଲିବାକୁ ଯାଇଥିଲେ। ବୁଧବାର ରାତିରେ ସେ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ବେଳକୁ ତାଙ୍କ ଘରର ଗ୍ରୀଲ ଖୋଲା ଥିଲା। କିଛି ଜିନିଷ ଘର ବାହାରେ ପଡ଼ିଥିଲା। ଶ୍ରୀନିବାସ ଘର ଭିତରକୁ ଯାଇ ଦେଖିଲା ବେଳକୁ ଘରର କବାଟ ତଡ଼ା ହୋଇଛି। ଆଲମାରିକୁ ତାଡ଼ି ଡକାୟତ ମାନେ ସୁନା ଅଳଙ୍କାର ଓ ଟଙ୍କା ପଇସା ସବୁ ନେଇଯାଇଛନ୍ତି। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଛି। ଶ୍ରୀନିବାସଙ୍କର ରାୟଗଡ଼ା ସହରରେ ଏକ ଭେରାଇଟ୍ ଷ୍ଟୋର ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
