Advertisment

ବସ୍‌ ଧକ୍କାରେ ବାଇକ୍‌ରେ ଯାଉଥିବା ଦୁଇ ଭାଇ ମୃତ

ରାୟଗଡା ଜିଲ୍ଲା ଗୁଣୁପୁର ଥାନା ବିକ୍ରମପୁର ନିକଟ ରାସ୍ତା ଉପରେ ବାଇକ୍ ଓ ଘରୋଇ ବସ୍ ମଧ୍ୟରେ ସାମ୍ନାସାମ୍ନି ଧକ୍କା। ଦୁର୍ଘଟଣାରେ ବାଇକ୍ ଆରୋହୀ ୨ ଭାଇ ମୃତ।

ଅଦ୍ୟତନ ହୋଇଛି
Gunupur Medical

Gunupur Medical

Advertisment

ରାୟଗଡା ଜିଲ୍ଲା ଗୁଣୁପୁର ଥାନା ବିକ୍ରମପୁର ଛକ ନିକଟରେ ବାଇକ୍ ଓ ଘରୋଇ ବସ୍ ମଧ୍ୟରେ ସାମ୍ନାସାମ୍ନି ଧକ୍କା। ଦୁର୍ଘଟଣାରେ ବାଇକ୍ ଆରୋହୀ ୨ ଭାଇ ମୃତ। ମୃତକମାନେ ହେଲେ ପଦ୍ମପୁର ଶରଧାପୁର ଗ୍ରାମର ଚିଣ୍ଟୁ ଗୌଡ଼ ଓ ତାଙ୍କ ସମ୍ପର୍କିୟ ଭାଇ ଭାଇ ସନ୍ତୋଷ ପ୍ରଧାନ(୨୨)। ଦୁହେଁ ଶରଧାପୁରରୁ ବାହାରି ବିକ୍ରମପୁର ଛକରେ କିଣାକିଣି ସାରିବା ପରେ ନିକଟସ୍ଥ ସାନ ଆଚବା ଗ୍ରାମରେ ଥିବା ସେମାନଙ୍କ ସମ୍ପର୍କୀୟ ଘରକୁ ଯାଉଥିଲେ।

Advertisment

ରାତି ପ୍ରାୟ ୮ଟା ବେଳେ ଗୁଣୁପୁର ଆସୁଥିବା ଘରୋଇ ବସ୍‌ ଧକ୍କା ଦେବା ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଗୁଣପୁର ମେଡିକାଲକୁ ଅଣାଯାଇଥିଲା। ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଗୁଣୁପୁର ପୁଲିସ୍ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ଓ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ବସ ଚାଳକକୁ ଅଟକ ରଖିବା ସହ ଦୁର୍ଘଟଣା ଗ୍ରସ୍ତ ବସ୍ ଓ ବାଇକ୍‌କୁ ଜବତ କରିଛି।

Advertisment

ସେପଟେ ଏସମ୍ପର୍କରେ ଖବର ପାଇବା ପରେ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ। ଯାହାପରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଥିଲା।

ରିପୋର୍ଟ- ଗୁଣୁପୁରରୁ ଇନ୍ଦ୍ରଜିତ୍ କୁମାର ପଣ୍ଡା

Roadaccident Unnatural Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe