ପିକଅପ୍ ସହ ସାମ୍ନାସାମ୍ନି ଧକ୍କାରେ ୨ ବାଇକ୍ ଆରୋହି ମୃତ। ଆଜି ଅପରାହ୍ନରେ ରାୟଗଡ଼ା ଜିଲ୍ଲା ଚାନ୍ଦିଲୀ ଥାନା ଅନ୍ତର୍ଗତ ଗେଟିପଡା ଗାଁ ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ରାୟଗଡ଼ା କୋଲନରା ବ୍ଲକ୍ ରାମପୁର ଗାଁର ମନୋଜ ବେନିଆ ଓ ବୁଲୁ ବେନିଆ।
ଉଭୟ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଖବର ପାଇ ମୃତକଙ୍କ ସମ୍ପର୍କିୟ ଓ ପରିବାର ଲୋକେ ପହଞ୍ଚି ଥିଲେ। ଯାହା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ ରାସ୍ତାରେ ବସି କ୍ଷତିପୂରଣ ଓ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେପଟେ ଖବର ପାଇ ଘଟଣାସ୍ଥଳରେ ଚାନ୍ଦିଲି ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।
ଦୁର୍ଘଟଣା ଘଟାଇଥିବା ପିକଅପ୍ ଘଟଣାସ୍ଥଳରୁ ଫେରା ହୋଇଯାଇଛି। ତେବେ ଏନେଇ ପୁଲିସର ମିଳିପାରିନାହିଁ।
Also Read
ରିପୋର୍ଟ- ରାୟଗଡ଼ାରୁ ମାଉଡ଼ି ବାରିକ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ସ୍କୁଲ ଛାତରୁ ପଡ଼ି ଛାତ୍ରୀ ଗୁରୁତର, ଏହି ଦୃଶ୍ୟ ଦେଖି ଅଚେତ ହୋଇଗଲେ ୧୧ ଛାତ୍ରଛାତ୍ରୀ
ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ଗୁରୁତର ଛାତ୍ରୀ ଜଣଙ୍କୁ ବିଶାଖାପାଟଣା ନିଆଯାଇଛି।
Politics
ସରପଞ୍ଚ ଚାହିଁ ଜଳକା, ସରିଗଲା ୫୦ ଲକ୍ଷ ଖର୍ଚ୍ଚ ତାଲିକା
ରାୟଗଡ଼ା ଜିଲ୍ଲା ବିଷମକଟକରେ 'ଆମ ଓଡ଼ିଶା ନବୀନ ଓଡିଶା' ଯୋଜନା କାର୍ଯ୍ୟକାରୀ କରିବା ନେଇ ବିବାଦ ।
Miscellaneous
କୁଆଡ଼େ ଗଲେ ପ୍ରଫୁଲ୍ଲ ସାମନ୍ତରା ? ତାଙ୍କୁ ହୋଟେଲରୁ ଉଠାଇ ନେଇଥିବା ବ୍ୟକ୍ତିମାନେ କିଏ?
ରାୟଗଡ଼ାର ଏକ ହୋଟେଲରେ ରହୁଥିଲେ ପ୍ରଫୁଲ୍ଲା ସାମନ୍ତରା। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ସେ ରହୁଥିବା ହୋଟେଲରୁ ୩/୪ ଜଣ ଲୋକ ଆସିଥିଲେ। ସେମାନେ ପ୍ରଫୁଲ୍ଲା ସାମନ୍ତରାଙ୍କୁ ହୋଟେଲରୁ ନେଇ ଯାଇଥିଲେ।
Accident
ନଦୀରୁ ବାଲି ଉଠାଉଥିବା ବେଳେ ମାଡ଼ି ଆସିଲା ପାଣି, ଭାସିଗଲେ ୨ ଶ୍ରମିକ
କୁଡ଼ିଙ୍ଗଗୁଡ଼ା ଗାଁ ନିକଟସ୍ଥ ନଦୀରୁ ୪ ଜଣ ମହିଳା ବାଲି ଉଠାଉଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ଆଉ ପାହାଡ଼ି ନଦୀରେ ହଠାତ୍ ଅଧିକ ପାଣି ମାଡ଼ି ଆସିଥିଲା।